Odisha Link
Bridging the Missing Links in Odisha

ହଟିଲା କଟକଣା, ପୁଣିଥରେ ନିଜର ଉଡାଣ ଭରିବ ହେଲିକପ୍ଟର ଧ୍ରୁବ

ତିନିଟି ସ୍ଥାନରେ ବିମାନ ଦୁର୍ଘଟଣା ହେବା ପରେ ଧ୍ରୁବ ଉପରେ ରୋକ ଲଗାଯାଇଥିଲା।

ଓଏଲ୍‌ ବ୍ୟୁରୋ: ପୁଣି ଆକାଶରେ ଉଡିବ ଧ୍ରୁବ ବିମାନ। ସ୍ୱଦେଶୀ ଆଡଭାନ୍ସ ଲାଇଟ୍ ହେଲିକପ୍ଟର ଧ୍ରୁବ ପୁଣିଥରେ ନିଜର ଉଡାଣ ଭରିବ। ବିଶେଷ ମିଶନରେ ଜରୁରୀକାଳୀନ ସ୍ଥିତିରେ ଏହି ହେଲିକପ୍ଟରର ବ୍ୟବହାର ପାଇଁ ଅନୁମତି ପ୍ରଦାନ କରାଯାଇଛି। ଭାରତୀୟ ତଟରକ୍ଷୀ ବାହିନୀ ସହ ନୌସେନା ଓ ବାୟୁସେନା ଦ୍ୱାରା ଧ୍ରୁବ ହେଲିକପ୍ଟର୍ ପରିଚାଳିତ ହୋଇଥାଏ। ଆଡଭାନ୍ସଡ ଲାଇଟ୍ ହେଲିକପ୍ଟର ଧ୍ରୁବ୍ ହେଉଛି ଏକ ବହୁବିଧ କାର୍ଯ୍ୟ ସଂପନ୍ନ କରୁଥିବା ହେଲିକପ୍ଟର। ଯାହା ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ ବା ହାଲ୍ ଦ୍ୱାରା ନିର୍ମିତ ହୋଇଛି। ଏହା ସାମରିକ କର୍ମଚାରୀଙ୍କୁ ନେବା ଆଣିବା ଏବଂ ସାମଗ୍ରୀ ପରିବହନ ସହିତ ଅନେକ ଭୂମିକାରେ ବ୍ୟବହୃତ ହୋଇଥାଏ।

ଖବର ଅନୁସାରେ, ତିନିଟି ସ୍ଥାନରେ ବିମାନ ଦୁର୍ଘଟଣା ହେବା ପରେ ଧ୍ରୁବ ଉପରେ ରୋକ ଲଗାଯାଇଥିଲା। ତେବେ ବୈଷୟିକ କମିଟିର ସବୁଜ ସଙ୍କେତ ପରେ ଏହାର ଉଡାଣକୁ ଅନୁମତି ଦିଆଯିବ। ସେନା ପାଖରେ ୧୪୫ଟି ଧ୍ରୁବ ହେଲିକପ୍ଟର ରହିଛି। ଏଥିରୁ ବାୟୁସେନା ପାଖରେ ୭୦ଟି ହେଲିକପ୍ଟର ରହିଛି। ସେହିଭଳି ୧୮ ହେଲିକପ୍ଟର ନୌସେନା ପାଖର ଏବଂ ୨୦ଟି ହେଲି୍କପ୍ଟର ତଟରକ୍ଷୀବାହିନୀ ପାଖରେ ରହିଛି। ଏହି ହେଲିକପ୍ଟରର ଉଡାଣ ପୂର୍ବରୁ ହାଲ ନିକଟରୁ ଏହାକୁ ଅନୁମତି ନେବାକୁ ପଡିବ। ଅନୁମତି ପାଇବା ପରେ ହିଁ ବିମାନ ଉଡାଣ ଭରିପାରିବ। ବୈଷୟିକ ତ୍ରୁଟି ଏବଂ ଅନ୍ୟ ସ୍ଥିତିର ଯାଞ୍ଚ ପରେ ଏହାର ଉଡାଣକୁ ଅନୁମତି ମିଳିବ ବୋଲି ପୂର୍ବରୁ କୁହାଯାଇଥିଲା।

Leave A Reply

Your email address will not be published.