Odisha Link
Bridging the Missing Links in Odisha

ବଡ଼ଦେଉଳର ଚତୁଃପାର୍ଶ୍ଵ ହେବ ନୋ ଭେଇକିଲ ଜୋନ୍: ପୁରୀ ଏସ୍‌ପି

ସ୍ନାନପୂର୍ଣ୍ଣିମା ପୂର୍ବଦିନ ଟ୍ରାଫିକ କଟକଣା ଲାଗୁ ହେବ।

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ରଥଯାତ୍ରା ପାଇଁ ରଥକାର୍ଯ୍ୟ ଜୋରସୋରରେ ଚାଲିଛି। ଚଳଚଞ୍ଚଳ ପୁରୀର ରଥଖଳା। ରଥଯାତ୍ରାକୁ ନଜରରେ ରଖି ପୂର୍ବ ପ୍ରସ୍ତୁତି ହୋଇଛି। ସ୍ନାନପୂର୍ଣ୍ଣିମାକୁ ନଜରରେ ରଖି ପୁଲିସ ବିଭାଗ ପୂର୍ବ ପ୍ରସ୍ତୁତି କରିଛି। ପୁରୀ ଏସପି ସୂଚନା ଦେଇଛନ୍ତି ଯେ, ଶ୍ରୀମନ୍ଦିର ଚତୁଃପାର୍ଶ୍ଵ ନୋ ଭେଇକିଲ ଜୋନ୍ ହେବ। ମୁତୟନ ହେବେ ୬୦ ପ୍ଲାଟୁନ ପୋଲିସ, ୧୦୦ ଅଧିକାରୀ। ବଡ଼ଦାଣ୍ଡକୁ ବିଭିନ୍ନ ସେକ୍ଟରରେ ବିଭକ୍ତ କରାଯାଇଛି। ସ୍ନାନପୂର୍ଣ୍ଣିମା ପୂର୍ବଦିନ ଟ୍ରାଫିକ କଟକଣା ଲାଗୁ ହେବ। ୧୨ଟି ପାର୍କିଂ ସ୍ଥଳ ଚିହ୍ନଟ କରାଯାଇଛି ବୋଲି ପୁରୀ ଏସ୍‌ପି କହିଛନ୍ତି।

ଆଉ କିଛି ଦିନ ପରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ତିନି ଠାକୁରଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଜୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ। ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରଶାସନ ଏବଂ ସେବାୟତ ମଧ୍ୟ ନିଜ ନିଜ କାମରେ ଲାଗିପଡିଛନ୍ତି। ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇଛି। ରଥଯାତ୍ରା ଦିନ ସକାଳ ୯ଟା ୩୦ରେ ମହାପ୍ରଭୁଙ୍କ ପହଣ୍ଡି ସମୟ ସ୍ଥିର ହୋଇଥିବାବେଳେ ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ ହେବ।

Leave A Reply

Your email address will not be published.