Odisha Link
Bridging the Missing Links in Odisha

‘ଆଦିପୁରୁଷ’ର ପୁରା ଶୋ’ ସମୟରେ ଖାଲି ରହିବ ଗୋଟିଏ ସିଟ୍‌, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଏହି ଫିଲ୍ମ ହିନ୍ଦୀ ସହ ଆଉ ୪ଟି ଭାଷାରେ ରିଲିଜ୍ ହେବ।

ଓଏଲ୍‌ ବ୍ୟୁରୋ: ଆଗାମୀ ଜୁନ୍ ୧୬ରେ ରିଲିଜ୍ ହେବାକୁ ଯାଉଛି ‘ଆଦିପୁରୁଷ’। ଓମ୍ ରାଉତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି। ରାମାୟଣ ଉପରେ ଆଧାରିତ ପ୍ରଭାସଙ୍କ ଏହି ଫିଲ୍ମକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଛି। ଫିଲ୍ମ ରିଲିଜ୍ ହେବାର କିଛି ଦିନ ପୂର୍ବରୁ ନିଷ୍ପତ୍ତି ନିଆଯାଇଛି ଯେ ଏହି ମୁଭି ଯେଉଁଠାରେ ବି ରିଲିଜ୍ ହେବ ସେହି ଥିଏଟରରେ ଏକ ସିଟ୍ ବିକ୍ରି ହେବ ନାହିଁ। ଅର୍ଥାତ୍ ପୁରା ଶୋ’ ସମୟରେ ସେହି ସିଟ୍‌ଟି ଖାଲି ରହିବ।

ବିଶ୍ୱାସ ରହିଛି ଯେଉଁଠାରେ ରାମାୟଣ ବିଷୟରେ ଉଲ୍ଲେଖ କରାଯାଏ, ପ୍ରଭୁ ହନୁମାନ ସେଠାରେ ରୁହନ୍ତି। ଏହି ମାନ୍ୟତାକୁ ସମର୍ଥନ କରି ନିର୍ମାତା ନିଷ୍ପତ୍ତି ନେଇଛନ୍ତି ଯେ ପ୍ରତ୍ୟେକ ଥିଏଟରରେ ବଜରଙ୍ଗବାଲିଙ୍କ ନାମରେ ଗୋଟିଏ ସିଟ୍ ଖାଲି ରହିବ। ତେବେ ଏହି ଚଳଚିତ୍ରର ଚଳଚ୍ଚିତ୍ର ‘ଆଦିପୁରୁଷ’ର ଟ୍ରେଲର ମେ ୯ରେ ରିଲିଜ ହୋଇଥିଲା।

ରାମାୟଣର କାହାଣୀକୁ ବଡ଼ ପରଦାରେ ଦେଖିବାକୁ ଖୁବ୍ ଉତ୍ସୁକ ଅଛନ୍ତି ଦର୍ଶକ। ଓମ୍ ରାଉତଙ୍କ ଏହି ଫିଲ୍ମ ଆଗାମୀ ଜୁନ୍ ୧୬ରେ ରିଲିଜ୍ ହେବାକୁ ଯାଉଛି। ଏହି ଫିଲ୍ମରେ ପ୍ରଭାସ ଭଗବାନ ରାମଙ୍କ ଚରିତ୍ରରେ ନଜର ଆସିବେ। ସେହପରି ସୀତାଙ୍କ ରୂପରେ ଦେଖିବାକୁ ମିଳିବେ କ୍ରିତି ସାନନ୍। ଏହି ଫିଲ୍ମ ହିନ୍ଦୀ ସହ ଆଉ ୪ଟି ଭାଷାରେ ରିଲିଜ୍ ହେବ।

Leave A Reply

Your email address will not be published.