Odisha Link
Bridging the Missing Links in Odisha

ଗୁରୁତ୍ୱପୂର୍ଣ ନିଷ୍ପତ୍ତି ନେବେ ଅନୁଭବ, ଲୋଡ଼ିଲେ ଜନତାଙ୍କ ଆଶୀର୍ବାଦ

ଅନେକ ପ୍ରଶ୍ନ ଏବେ ଫ୍ୟାନ୍ସଙ୍କ ମନରେ ଉଙ୍କି ମାରୁଛି।

ଓଏଲ୍‌ ବ୍ୟୁରୋ: କିଛିଦିନର ନିରବତା ପରେ ପୁଣିଥରେ ଏବେ ଚର୍ଚ୍ଚାରେ ଓଲିଉଡ ଜଗତର ଖୁବ ଜଣାଶୁଣା ଅଭିନେତା। ସୋସିଆଲ ମିଡିଆରେ ଅନୁଭବ ମହାନ୍ତିଙ୍କ ଏକ ପୋଷ୍ଟକୁ ନେଇ ଅନୁଭବ-ବର୍ଷାଙ୍କ ଦାମ୍ପତ୍ୟ କଳି ପୁଣିଥଣେ ଚର୍ଚ୍ଚାର ପରିସରକୁ ଆସିପାରେ ବୋଲି କୁହାଯାଉଛି। କେନ୍ଦ୍ରାପଡା ସାଂସଦ ତଥା ଓଲିଉଡ ଜଗତର ବେଶ ଜଣାଶୁଣା ଏବଂ ଲୋକପ୍ରିୟ ଅଭିନେତା ଅନୁଭବ ମହାନ୍ତି ନିଜର ଫେସବୁକରେ କିଛି ଏପରି ପୋଷ୍ଟ କରିଛନ୍ତି, ଯାହାକୁ ନେଇ ଫ୍ୟାନ୍ସ ମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି।

ଅନୁଭବ ମହାନ୍ତି ନିଜର ପୋଷ୍ଟ ମାଧ୍ୟମରେ ଖୁବଶୀଘ୍ର ଏକ ବଡ ନିଷ୍ପତି ନେବେ ବୋଲି ଉଲ୍ଲେଖ କରିଛନ୍ତି। କେବଳ ଏତିକି ନୁହେଁ ବରଂ ସେ ଲେଖିଛନ୍ତି, ଭୟଭୀତ ହେବାର କୌଣସି କାରଣ ନାହିଁ। ଯେଉଁମାନେ ମତେ ଭଲପାଆନ୍ତି ସେମାନେ ସବୁ କିଛି ବୁଝି ପାରୁଥିବେ ବୋଲି ତାଙ୍କର ଭରସା ଓ ବିଶ୍ୱାସ ଅଛି। ଭଗବାନଙ୍କ ନିକଟରେ ତାଙ୍କ ପାଇଁ ପ୍ରାର୍ଥନା କରିବାକୁ ସେ ନିଜର ଫ୍ୟାନ୍ସ ମାନଙ୍କୁ ଅନୁରୋଧ କରିଛନ୍ତି। ତେବେ ଅନୁଭବ ମହାନ୍ତିଙ୍କ ଏଭଳି ପୋଷ୍ଟ ପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଅନୁଭବ ମହାନ୍ତି କେଉଁ ବଡ ନିଷ୍ପତି? ପାରିବାରିକ ବିବାଦ ମାମଲାରେ ପଡିବ କି ପୂର୍ଣ୍ଣଚ୍ଛେଦ? ଏଭଳି ଅନେକ ପ୍ରଶ୍ନ ଏବେ ଫ୍ୟାନ୍ସଙ୍କ ମନରେ ଉଙ୍କି ମାରୁଛି।

ଷ୍ଟାର ଯୋଡ଼ି ଅନୁଭବ-ବର୍ଷାଙ୍କ ମାମଲା ଏବେ ବି କୋର୍ଟରେ ବିଚାରଧୀନ ଅଛି। ସେମାନଙ୍କ ବିବାହ ବିଚ୍ଛେଦକୁ ନେଇ କୌଣସି ଚୂଡାନ୍ତ ରାୟ କୋର୍ଟ ଦେଇ ନାହାନ୍ତି। ଏସବୁ ଭିତରେ ବି ଅନେକ ସମୟରେ ଉଭୟଙ୍କ ମଧ୍ୟରେ ସୋସିଆଲ ମିଡିଆରେ ଫାଇଟ ଲାଗି ରହିଥାଏ। କେତେବେଳେ ଟୁଇଟକୁ ନେଇ ତ କେତେବେଳେ ବାଇଟକୁ ନେଇ ଉଭୟଙ୍କ ମଧ୍ୟରେ ଚାଲିଥିବା ଫାଇଟ ଚର୍ଚ୍ଚାର ଖୋରାକ ଯୋଗାଇଥାଏ।

Leave A Reply

Your email address will not be published.