Odisha Link
Bridging the Missing Links in Odisha

ବୃଦ୍ଧି ପାଇଲା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ, ଜାଣନ୍ତୁ ଆଉ କେଉଁ ଖାଦ୍ୟଶସ୍ୟର ବଢିଛି ଦର

ହରଡ଼ ଡାଲି କୁଇଣ୍ଟାଲ ୭୦୦୦ ଟଙ୍କାକୁ ବୃଦ୍ଧି

ଓଏଲ୍‌ ବ୍ୟୁରୋ: ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଥିଲା ଖବର ସାମ୍ନାକୁ ଆସିଛି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ୨୧୮୩କୁ ବୃଦ୍ଧି ପାଇଛି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ନେଇ କେନ୍ଦ୍ର ସରକାରଙ୍କ ଘୋଷଣା କରିଛନ୍ତି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ଵିଣ୍ଟାଲକୁ ୭ ପ୍ରତିଶତ ଓ ମୁଗ ୧୦ପ୍ରତିଶତ ବୃଦ୍ଧି ପାଇଛି। ଧାନ ଗ୍ରେଡ୍-ଏ ସହାୟକ ମୂଲ୍ୟ କୁଇଣ୍ଟାଲ ୨୨୦୩କୁ ବୃଦ୍ଧି ପାଇଛି।

ମୁଗ କୁଇଣ୍ଟାଲ ୮୫୫୮ ଟଙ୍କା ହୋଇଥିବାବେଳେ କପା ୬୬୨୦ ଟଙ୍କାକୁ ବୃଦ୍ଧି ହୋଇଥିବା ସୂଚନା ରହିଛି। ବିରି କୁଇଣ୍ଟାଲ ୬୯୫୦ ଟଙ୍କା ହୋଇଥିବାବେଳେ ବାଦାମ କୁଇଣ୍ଟାଲ ୬୩୭୭ ଟଙ୍କା ହୋଇଛି। ହରଡ଼ ଡାଲି କୁଇଣ୍ଟାଲ ୭୦୦୦ ଟଙ୍କାକୁ ବୃଦ୍ଧି ପାଇଥିବା ଘୋଷଣା ହୋଇଛି।