Odisha Link
Bridging the Missing Links in Odisha

ଆରମ୍ଭ ହେଲା ଓଭାଲ୍‌ରେ ବୋବାଲ୍‌: ପ୍ରଥମେ ବୋଲିଂ କରିବ ଭାରତ

ଓଏଲ୍‌ ବ୍ୟୁରୋ: ଅପେକ୍ଷାର ଅନ୍ତ। ଲଣ୍ଡନର ଦ ଓଭାଲ୍‌ରେ ମଇଦାନରେ ଆରମ୍ଭ ହେଲା ବୋବାଲ। ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ ମହାମୁକାବିଲାରେ ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଛନ୍ତି। ଯାହାରିଫଳରେ ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇବ ଅଷ୍ଟ୍ରେଲିଆ ଦଳ।

ମହାମୁକାବିଲା ପାଇଁ ମୈଦାନ ପ୍ରସ୍ତୁତ ଥିବାବେଳେ ଖେଳାଳି ବି ପ୍ରସ୍ତୁତ ରହିଛନ୍ତି। ବିଶ୍ବର ଦୁଇ ଶକ୍ତିଶାଳୀ କ୍ରିକେଟ ଦଳ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ଏହି ମହାମୁକାବିଲା। ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ ମୁକାବିଲା ପୂର୍ବରୁ ଭାରତୀୟ ଦଳ ସସେକ୍ସ କାଉଣ୍ଟି ଗ୍ରାଉଣ୍ଡରେ ଜୋରଦାର ପ୍ରସ୍ତୁତ କରିଥିଲା। କଙ୍ଗାରୁବାହିନୀକୁ ମାତ୍‌ ଦେଇ ବିଶ୍ବ ବିଜେତା ହେବାକୁ ଲକ୍ଷ୍ୟ ରହିଛି ରୋହିତବାହିନୀ।

ଭାରତ ଚୂଡ଼ାନ୍ତ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ଚେତେଶ୍ବର ପୂଜାରା, ବିରାଟ କୋହଲି, ଆଜିଙ୍କ୍ୟ ରାହାଣେ, ରବୀନ୍ଦ୍ର ଜାଡେଜା, କେଏସ ଭରତ, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ସାମି, ମହମ୍ମଦ ସିରାଜ, ଉମେଶ ଯାଦବ ।

ଅଷ୍ଟ୍ରେଲିଆ ଚୂଡ଼ାନ୍ତ ଏକାଦଶ:
ଡେଭିଡ ଓ୍ବାର୍ଣ୍ଣର, ଉସମାନ ଖ୍ବାଜା, ମାର୍ନୁସ ଲାବୁସେନ, ଷ୍ଟିଭ୍‌ ସ୍ମିଥ, ଟ୍ରାଭିସ୍‌ ହେଡ, କାମ୍ୟରେନ ଗ୍ରୀନ, ଆଲେକ୍ସ କ୍ୟାରୀ, ପ୍ୟାଟ କମିନ୍ସ (ଅଧିନାୟକ), ମିଚେଲ ଷ୍ଟାର୍କ, ନାଥନ ଲାୟନ, ସ୍କଟ ବୋଲାଣ୍ଡ

Leave A Reply

Your email address will not be published.