Odisha Link
Bridging the Missing Links in Odisha

ଲାଞ୍ଚ ନେବା ପଡ଼ିଲା ମହଙ୍ଗା, ଭିଜିଲାନ୍ସ ପଞ୍ଝାରେ କନିଷ୍ଠ ଯନ୍ତ୍ରୀ

ଠିକାଦାରଙ୍କ ବିଲ୍‌ ପାସ୍‌ ପାଇଁ ୧୦ ହଜାର ନେଲା ବେଳେ ଧରାପଡ଼ିଲେ

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ କର୍ମୀ। ସମ୍ବଲପୁର ମାନେଶ୍ୱର ବ୍ଲକର କନିଷ୍ଠ ଯନ୍ତ୍ରୀ ଲାଞ୍ଚ ନେଇ ଧରାପଡ଼ିଥିବା ଜଣା ପଡିଛି। ଭିଜିଲାନ୍ସ ଜାଲରେ ଧରାପଡ଼ିଥିବା କନିଷ୍ଠ ଯନ୍ତ୍ରୀ ହେଉଛନ୍ତି ପ୍ରଣତି ସାହୁ। ଠିକାଦାରଙ୍କ ବିଲ୍‌ ପାସ୍‌ ପାଇଁ ୧୦ ହଜାର ନେଲା ବେଳେ ଧରାପଡ଼ିଲେ। ଧରାପଡ଼ିବା ପରେ ତାଙ୍କ ବାସଭବନ ଓ ଅଫିସ୍‌ରେ ହୋଇଛି ରେଡ୍‌। ଏହି ଚଢ଼ାଉ ସମୟରେ ଭିଜିଲାନ୍ସ ବିଭାଗର ବିଭିନ୍ନ ଅଫିସର ସାମିଲ ଅଛନ୍ତି। ତେବେ ଏଯାଏଁ କନିଷ୍ଠ ଯନ୍ତ୍ରୀ ପ୍ରଣତି ସାହୁଙ୍କ ବାସଭବନ ଓ କାର୍ଯ୍ୟାଳୟରୁ ରେଡ୍‌ ସମୟରେ କେତେ କଣ ଠାବ ହୋଇଛି ଜଣା ପଡ଼ିନାହିଁ।

Leave A Reply

Your email address will not be published.