Odisha Link
Bridging the Missing Links in Odisha

୧୫ଟି ପ୍ରସ୍ତାବକୁ କ୍ୟାବିନେଟ୍‌ ମୋହର

ଓଏଲ୍‌ ବ୍ୟୁରୋ: ଶେଷ ହେଲା ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ବୈଠକ। ଏଥିରେ ମୋଟ ୧୫ଟି ପ୍ରସ୍ତାବ ପାରିତ ହୋଇଛି। ସୌରା ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ ପାଇଁ ଆଲୋଚନା ହୋଇଛି। କେନ୍ଦ୍ରକୁ ଏ ନେଇ ପ୍ରସ୍ତାବ ଦେବାକୁ କ୍ୟାବିନେଟରେ ଅନୁମୋଦନ ମିଳିଛି।

ସେହିପରି ସରକାରଙ୍କ ସମ୍ପୂର୍ଣ୍ଣ ପୁଷ୍ଠି ଯୋଜନାକୁ ମଧ୍ୟ କ୍ୟାବିନେଟ ମ୍ଜୁରୀ ମିଳିଛି। ଗମନାଗମନ ସୁବିଧାକୁ ଗୁରୁତ୍ବ ଦେଇ ଯୋଗାଯୋଗ ନଥିବା ରାଜ୍ୟର ସବୁ ଗାଁକୁ ହେବ ରାସ୍ତା। ମୁଖ୍ୟମନ୍ତ୍ରୀ ସଡ଼କ ଯାେଜନାରେ ସବୁ ଗାଁକୁ ରାସ୍ତା ନିର୍ମାଣ ନେଇ କ୍ୟାବିନେଟ ମଞ୍ଜୁରୀ ମିଳିଛି।

ଏଥିସହିତ ଶୀତଳାପଲ୍ଲୀରେ ହେବ ମଳ୍ଟିସ୍ପେଶାଲିଟି ହସ୍ପିଟାଲ। ଟାଟା ଷ୍ଟିଲ ପକ୍ଷରୁ ପ୍ରସ୍ତାବିତ ହସ୍ପିଟାଲ ପାଇଁ ଜମି ଦେବେ ସରକାର। ୪୩.୦୫ ଏକର ଜମି ପାଇଁ ବାର୍ଷିକ ରେଣ୍ଟ ଛାଡ କରିଛନ୍ତି ସରକାର। ସରକାର ଅନାଥଶ୍ରମ, ବ୍ଲାଇଣ୍ଡ ସ୍କୁଲ ଓ ଗୋଶାଳା ପାଇଁ କରିଛନ୍ତି ସ୍ବତନ୍ତ୍ର ରେଣ୍ଟ ବ୍ୟବସ୍ଥା। ସ୍ବତନ୍ତ୍ର ରେଣ୍ଟ ସମ୍ପର୍କୀତ ନୀତିକୁ କ୍ୟାବିନେଟ ମୋହର ବାଜିଛି।

ରାୟଗଡ଼ା ମା’ ମଝିଘରିଆଣୀ ମନ୍ଦିରର ହେବ ଉନ୍ନତି। ମନ୍ଦିର ରୂପାନ୍ତରଣ ପାଇଁ ଜମି ଦେବେ ସରକାର। ମନ୍ଦିର ପାଇଁ ସରକାର ଦେବେ ୬ ଏକର ଜମି । ବିନା ପ୍ରମିୟମରେ ମିଳିବ ଜମି । ଓଡ଼ିଶା ଜିଏସଟି ଆଇନରେ ସଂଶୋଧନକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି।ଅବଢ଼ା ଯୋଜନାରେ ସଂଶୋଧିତ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ମିଳିଛି।

Leave A Reply

Your email address will not be published.