Odisha Link
Bridging the Missing Links in Odisha

ଟାଇମ୍‌ସ ଅଲ୍‌ ଇଣ୍ଡିଆ ର‍୍ୟାଙ୍କିଙ୍ଗ୍‌: ଆଇଟିଇଆର ପୂର୍ବାଂଚଳର ଶ୍ରେଷ୍ଠ

ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରେ ତୃତୀୟ ସ୍ଥାନ ହାସଲ

ଓଏଲ୍‌ ବ୍ୟୁରୋ: ଟାଇମ୍ସ ଅଲ୍‌ ଇଣ୍ଡିଆ ଇଞ୍ଜିନିୟରିଂ ଇନ୍‌ଷ୍ଟିଚ୍ୟୁଟ୍‌ସ ର‍୍ୟାଙ୍କିଙ୍ଗ୍‌ ସର୍ଭେ ୨୦୨୩ରେ ସ୍ଥାନୀୟ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନିକାଲ୍‌ ଏଜୁକେସନ୍‌ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ଦେଶର ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରେ ତୃତୀୟ ସ୍ଥାନ ହାସଲ କରିଛି। ମଙ୍ଗଳବାର ପ୍ରକାଶିତ ଏହି ର‍୍ୟାଙ୍କିଙ୍ଗ୍‌ରେ ୧୯୯୬-୯୭ ମସିହାରେ ପ୍ରତିଷ୍ଠିତ ଆଇଟିଇଆର୍‌ ଓଡ଼ିଶା ତଥା ପୂର୍ବାଂଚଳରେ ଶ୍ରେଷ୍ଠ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ଭାବେ ପ୍ରଥମ ସ୍ଥାନରେ ରହିଛି।

ଦେଶର ୧୨୫ଟି ଘରୋଇ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ତାଲିକାରେ ମଧ୍ୟ ଆଇଟିଇଆର୍‌ ଏହି ର‍୍ୟାଙ୍କିଙ୍ଗ୍‌ରେ ଦ୍ୱିତୀୟ ସ୍ଥାନ ହାସଲ କରିଥିବା ବେଳେ ଗବେଷଣା କ୍ଷେତ୍ରରେ ଦେଶରେ ଚତୁର୍ଥ ଏବଂ ପୂର୍ବାଂଚଳରେ ସର୍ବୋଚ୍ଚ ସ୍ଥାନ ହାସଲ କରିଛି। ଦେଶର ୧୭୦ଟି ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନକୁ ନେଇ ଏହି ସର୍ଭେ କରାଯାଇଥିଲା।

Leave A Reply

Your email address will not be published.