ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ବିଦ୍ୟାଭାରତୀଙ୍କୁ କୋର୍ଟରୁ ଆଶ୍ବସ୍ତି!
ଏସଡିଜେଏମଙ୍କ କୋର୍ଟରେରେ ପିଟିସନ୍ ଦାଏର କରିଥିଲେ

ଓଏଲ୍ ବ୍ୟୁରୋ: ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ଆଜି ଯାଏଁ ମୃତ୍ୟୁ ଉପରୁ ରହସ୍ୟ ଉଠିପାରି ନାହିଁ। ଏହି ଘଟଣାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି। ମାମଲାରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ବା ଏନବିଡବ୍ଲ୍ୟୁ ଜାରି କରିଛନ୍ତି କୋର୍ଟ। ଏହି ଗିରଫ ପରୱାନା ଅନୁସାରେ ୩ ଅଭିଯୁକ୍ତଙ୍କ ମଧ୍ୟରୁ ବିଦ୍ୟାଭାରତୀ ପଣ୍ଡାଙ୍କର କୌଣସି ଖୋଜ ଖବର ପାଉନଥିବାବେଳେ ବିଦ୍ୟାଭାରତୀଙ୍କୁ କୋର୍ଟରୁ ଆଶ୍ବସ୍ତି। କଠୋର ପଦକ୍ଷେପ ନନେବାକୁ କୋର୍ଟଙ୍କ ନିର୍ଦେଶ। ଏସଡିଜେମଙ୍କୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଆସିଥିଲେ।
ଖବର ଅନୁସାରେ, ଏସିଏଫ୍ ସୌମ୍ୟରଞ୍ଜନ ପାରଳାଖେମୁଣ୍ଡିରେ କାର୍ଯ୍ୟରତ ଥିବାବେଳେ ୨୦୨୧ ଜୁଲାଇ ୧୧ ତାରିଖ ରାତିରେ ସରକାରୀ ବାସଭବନରେ ସନ୍ଦେହଜନକ ଭାବେ ନିଆଁରେ ପୋଡ଼ି ଗୁରୁତର ଆହତ ହୋଇଥିଲେ। ୨ ଦିନ ପରେ ତାଙ୍କର ମୃତ୍ୟୁ ଘଟିଥିଲା। କ୍ରାଇମବ୍ରାଂଚ ଏହି ମାମଲାକୁ ଦୁର୍ଘଟଣା ଦର୍ଶାଇ ଫାଇଲ ବନ୍ଦ କରିଥିଲା। ଏହାପରେ ସୌମ୍ୟରଞ୍ଜନଙ୍କ ବାପା ଅଭିରାମ ମହାପାତ୍ର ତତ୍କାଳୀନ ଡିଏଫ୍ଓ ସଂଗ୍ରାମ ବେହେରା, ପତ୍ନୀ ବିଦ୍ୟାଭାରତୀ ଓ ରୋଷେୟାଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣି ପାରଳାଖେମୁଣ୍ଡି ଏସଡିଜେଏମଙ୍କ କୋର୍ଟରେରେ ପିଟିସନ୍ ଦାଏର କରିଥିଲେ।
ପିଟିସନ୍ ପରେ ତଦନ୍ତ କରି ପାରଳାଖେମୁଣ୍ଡି ଏସଡିଜେଏମ୍ ସମନ୍ ପରେ ପୁଲିସ ଟିମ୍ ବିଦ୍ୟାଭାରତୀଙ୍କ କପ୍ତିପଦାସ୍ଥିତ ପୈତୃକ ବାସଭବନରେ ଚଢ଼ଉ କରିଥିଲା। ଏହି ସମୟରେ କୌଣସି ଖୋଜ ଖବର ମିଳିନାହିଁ। ତାଙ୍କ ବାପା, ମାଙ୍କୁ ପଚରାଉଚରା କରାଯାଇଛି। ଏବେ ତାଙ୍କୁ ଧରିବାକୁ ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ କରୁଛି। ବିଦ୍ୟାଭାରତୀ ବୈଶିଙ୍ଗା ଥାନା ନଡ଼ପୁର-ନୂଆଗାଁରେ ପ୍ରାଣୀଧନ ନିରୀକ୍ଷକ ବା ଏଲ୍ଆଇ ଭାବେ କାର୍ଯ୍ୟରତ ଅଛନ୍ତି। ସେଠାରେ ଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି।