Odisha Link
Bridging the Missing Links in Odisha

ଆହତ ହେଲେ ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ୍ 

ନାକରେ ଆଘାତ ଲାଗି ରକ୍ତ ବାହାରିବାରୁ ହସ୍ପିଟାଲ ନିଆଯାଇଥିଲା।

ଓଏଲ୍‌ ବ୍ୟୁରୋ: ବଲିଉଡ୍ ସୁପରଷ୍ଟାର ଶାହାରୁଖ ଖାନ ନିଜ ଆଗାମୀ ପ୍ରୋଜେକ୍ଚରେ ବ୍ୟସ୍ତ ଥିବାବେଳେ ତାଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ସୁଟିଂ ସେଟ୍‌ରେ ବଲିଉଡ୍ ସୁପରଷ୍ଟାର ଶାହାରୁଖ ଖାନ୍ ଆହତ ହୋଇଛନ୍ତି। ଲସ୍‌ ଆଞ୍ଜେଲସ୍‌ରେ ସୁଟିଂ ବେଳେ ଶାହାରୁଖ୍ ଆହତ ହୋଇଛନ୍ତି। ସୁଟିଂ ବେଳେ ଶାହାରୁଖଙ୍କ ନାକରେ ଆଘାତ ଲାଗିଥିଲା। ନାକରେ ଆଘାତ ଲାଗି ରକ୍ତ ବାହାରିବାରୁ ହସ୍ପିଟାଲ ନିଆଯାଇଥିଲା। ନାକରେ ଛୋଟ ସର୍ଜରୀ ପରେ ଶାହାରୁଖ ବିପଦମୁକ୍ତ ଥିବା ସୂଚନା ମିଳିଛି।