Odisha Link
Bridging the Missing Links in Odisha

ଆଜି ପ୍ରକାଶ ପାଇବ +୨ ପ୍ରଥମ କଟ୍ ଅଫ୍ ତାଲିକା, କାଲିଠୁ ନାମଲେଖା

ଗତକାଲିଠୁ ଅର୍ଥାତ ଜୁଲାଇ ୭ରୁ ୧୩ ତାରିଖ ମଧ୍ୟରେ ନାମ ଲେଖାଇପାରିବେ

ଓଏଲ୍‌ ବ୍ୟୁରୋ: ମାଟ୍ରିକରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର। ଆଜି ଆସିବ ଇଣ୍ଟିମେସନ ଲେଟର ଅର୍ଥାତ ଯେଉଁମାନେ ଯୁକ୍ତଦୁଇରେ ନାମଲେଖା ପାଇଁ ଆବେଦନ କରାଇଥିଲେ, ସେମାନଙ୍କ ପାଇଁ ପ୍ରକାଶ ପାଇବ ପ୍ରଥମ କଟ୍ ଅଫ୍ ତାଲିକା। ଏହି ତାଲିକାରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀମାନେ ଗତକାଲିଠୁ ଅର୍ଥାତ ଜୁଲାଇ ୭ରୁ ୧୩ ତାରିଖ ମଧ୍ୟରେ ନାମ ଲେଖାଇପାରିବେ।

ସୂଚନା ଅନୁସାରେ, ମାଟ୍ରିକରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନେ ସାମ୍ସ୍ ପୋର୍ଟାଲରେ ଅନଲାଇନ ଆବେଦନ କରିଥିଲେ। ମେ ୨୯ରୁ ନାମଲେଖା ଆବେଦନ ଆରମ୍ଭ ହୋଇଥିବା ବେଳେ ଜୁନ୍ ୩୦ରେ ଶେଷ ହୋଇଥିଲା। ନାମଲେଖା ପ୍ରକ୍ରିୟା ଜୁଲାଇ ୨୯ ତାରିଖ ସୁଦ୍ଧା ଶେଷ କରାଯିବ। ଅଗଷ୍ଟ ୧ ତାରିଖରୁ ପାଠପଢ଼ା ଆରମ୍ଭ ହେବା ନେଇ ସୂଚନା ଜାରି ହୋଇଛି।

Leave A Reply

Your email address will not be published.