ବାହୁଡ଼ାରେ ରଥ ଦଉଡ଼ି ଛିଡ଼ିବାରୁ ଘଟିଥିଲା ଦୁର୍ଘଟଣା: ଆହତ ଭୋଇ ସେବକଙ୍କ ମୃତ୍ୟୁ
ତାଳଧ୍ୱଜ ରଥର ଦଉଡ଼ି ଛିଡ଼ି ଜଣେ ଭୋଇ ସେବାୟତ ସମେତ ୬ ଜଣ ଆହତ ହୋଇଥିଲେ

ଓଏଲ୍ ବ୍ୟୁରୋ: ପୁରୀ ବାହୁଡ଼ା ଯାତ୍ରାରେ ଘଟିଥିବା ଏକ ଅଘଟଣ ଖବର ସାମ୍ନାକୁ ଆସିଥିଲା। ରଥ ଟାଣିବା ବେଳେ ଭକ୍ତଙ୍କ ମଧ୍ୟରେ ଠେଲାପେଲା କାରଣରୁ ପୁଲିସ କର୍ମଚାରୀଙ୍କ ସମେତ ୬ ଜଣ ଆହତ ହୋଇଥିବା ସୂଚନା ରହିଥିଲା। ଏହା ସହ ତାଳଧ୍ୱଜ ରଥର ଦଉଡ଼ି ଛିଡ଼ି ଜଣେ ଭୋଇ ସେବାୟତ ସମେତ ୬ ଜଣ ଆହତ ହୋଇଥିଲେ। ସମସ୍ତ ଆହତଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା।
ଗୁରୁତର ହୋଇଥିବା ଭୋଇ ସେବାୟତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଏମ୍ସ ସ୍ଥାନାନ୍ତର କରାଯାଇଥିଲା। ଏମ୍ସ ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ନକୁଳ ଭୋଇଙ୍କ ଜୀବନ ଚାଲିଯାଇଛି। ପୁରୀ ମାର୍କେଟ ଛକ ନିକଟରେ ତାଳଧ୍ବଜ ଦଉଡ଼ି ଛିଡ଼ିବାରୁ ଅଘଟଣ ହୋଇଥିଲା।