Odisha Link
Bridging the Missing Links in Odisha

ବୁର୍ଲାରେ ଡାକ୍ତରୀ ଛାତ୍ର ଗୋଷ୍ଠୀ ଗଣ୍ଡଗୋଳ ଘଟଣା: ତଦନ୍ତ ପାଇଁ ଗଠନ ହେଲା ୪ଜଣିଆ ଟିମ୍

୩ ଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଓଏଲ୍ ବ୍ୟୁରୋ: ବୁର୍ଲା ଭୀମସାରରେ ହେଉଥିଲା ଆନ୍ତଃ ମେଡିକାଲ କଲେଜ କ୍ରୀଡ଼ା ଓ ସାଂସ୍କୃତିକ ଉତ୍ସବ ‘ୟୁଫୋରିଆ’। ଏହି ସମୟରେ ଏକ ବଡ ଖବର ସାମ୍ନାକୁ ଆସିଥିଲା। ଦୁଇ ଡାକ୍ତରୀ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ଜଣା ପଡିଥିଲା। ଭୀମସାର ଏବଂ ବ୍ରହ୍ମପୁର ଏମ୍‌କେସିଜି ଛାତ୍ର ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ‘ୟୁଫୋରିଆ’ ଚାଲୁଥିବା ବେଳେ ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଏନେଇ ଅଭିଯୋଗ ପରେ ଏହାର ତଦନ୍ତ ପାଇଁ ୪ଜଣିଆ ଟିମ୍ ଗଠନ କରାଯାଇଛି। ୩ ଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଖବର ଅନୁସାରେ, ବସ୍ ଭିତରେ ଥିବା ଏକ ଛାତ୍ର ଗୋଷ୍ଠୀକୁ ଫାୟାର ଏକ୍ସଟିଂଗୁଇସର୍ ମାଡ଼ ମାରିଥିବା ଚର୍ଚ୍ଚାର ବିଷୟ ପାଲଟିଥିଲା। ଉଭୟ ପକ୍ଷ ମୁହାଁମୁହିଁରେ କିଛି ଛାତ୍ର ଆହତ ହୋଇଥିବା ସୂଚନା ମିଳିଥିଲା। ତେବେ ଏହି ଛାତ୍ର ଗଣ୍ଡଗୋଳ ସଂପର୍କରେ କିଛି ଜାଣି ନଥିବା ବୁର୍ଲା ଭୀମସାର ଅଧୀକ୍ଷକ କହିଥିଲେ। ପରେ ପ୍ରିନସିପାଲଙ୍କ ଅଭିଯୋଗ ଆଧାରରେ ବୁର୍ଲା ଥାନାରେ ମାମଲା ରୁଜୁ ହୋଇଛି। ଏକ ଭାଇରାଲ ହେଉଥିବା ଭିଡିଓ ଆଧାରରେ ମାମଲାର ସଠିକ ତଦନ୍ତ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।