Odisha Link
Bridging the Missing Links in Odisha

ସରକାରୀ ମେଡିକାଲ୍‌ରେ ଦଲାଲି ରୋକିବାକୁ ସ୍ୱାସ୍ଥ୍ୟ ସଚିବଙ୍କ ଚେତାବନୀ

ଓପିଡିରେ ଦଲାଲଙ୍କ ଉପରେ ନଜର ରଖିବା ପାଇଁ ସ୍ୱାସ୍ଥ୍ୟ ସଚିବ ନିର୍ଦ୍ଦେଶ

ଓଏଲ୍ ବ୍ୟୁରୋ: ଅନେକ ସମୟରେ ସରକାରୀ ଚିକିତ୍ସାଳୟରୁ ରୋଗୀଙ୍କୁ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଥିବା ଦେଖିବାକୁ ମିଳିଥାଏ। ସରକାରୀ ଚିକିତ୍ସାଳୟରେ ସମସ୍ତ ସୁବିଧା ଉପଲବ୍ଧ ସତ୍ତ୍ୱେ ରୋଗୀ କାହିଁକି ଅନ୍ୟତ୍ର ସ୍ଥାନାନ୍ତର କରାଯାଏ, ଏନେଇ ତଦନ୍ତ ପରେ ଅନେକ ଦଲାଲି ଏଭଳି କାର୍ଯ୍ୟରେ ସାମିଲ ଥିବା ସାମ୍ନାକୁ ଆସିଥାଏ। ତେବେ ଏହି ଦଲାଲି ରୋକିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ଓପିଡିରେ ଦଲାଲଙ୍କ ଉପରେ ନଜର ରଖିବା ପାଇଁ ସ୍ୱାସ୍ଥ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଲେ ସ୍ୱାସ୍ଥ୍ୟ ସଚିବ। ଘରୋଇ ହସ୍ପିଟାଲକୁ ରୋଗୀଙ୍କୁ ପଠାଉଥିଲେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସ୍ୱାସ୍ଥ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ମେଡିକାଲ କଲେଜ ଉପରେ ନଜର ରଖିବାକୁ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.