Odisha Link
Bridging the Missing Links in Odisha

ପିଛା ଛାଡ଼ୁନି ଦୁର୍ଘଟଣା: ଫଲକନୁମା ଏକ୍ସପ୍ରେସରେ ଭୟଙ୍କର ନିଆଁ

ଫଲକନୁମା ଏକ୍ସପ୍ରେସର ୩ଟି ବଗିରେ ନିଆଁ ଲାଗିଛି।

ଓଏଲ୍ ବ୍ୟୁରୋ: ବାହାନଗା ରେଳ ଦୁର୍ଘଟଣାର ବିକଳ ଚିତ୍ର ମନରୁ ଲିଭି ନଥିବାବେଳେ ଆଉ ଏକ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ହାୱଡ଼ା-ସିକନ୍ଦରାବାଦ ଫାଲକନୁମା ଏକ୍ସପ୍ରେସରେ ଭୟଙ୍କର ନିଆଁ ଲାଗିଛି। ହାଓ୍ବଡ଼ାରୁ ସିକନ୍ଦରାବାଦ ଯାଉଥିବା ଫଲକନୁମା ଏକ୍ସପ୍ରେସର ୩ଟି ବଗିରେ ନିଆଁ ଲାଗିଛି। ପାଗିଡ଼ିପାଲି-ବୋମାଇପାଲି ମଧ୍ୟରେ ନିଆଁ ଲାଗିଥିବା ସୂଚନା ରହିଛି। ସର୍ଟ ସର୍କିଟ୍ ଯୋଗୁଁ ଟ୍ରେନରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଥିବାବେଳେ ଟ୍ରେନର ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି।

Leave A Reply

Your email address will not be published.