Odisha Link
Bridging the Missing Links in Odisha

ରାଜ୍ୟରେ ନିଅଣ୍ଟିଆ ବର୍ଷା! ସ୍ୱାଭାବିକ ରହିଛି ମୌସୁମୀ

ଯାହା ସ୍ୱାଭାବିକ ବର୍ଷା ୨୭୬.୬ ମିମି ତୁଳନାରେ ୨୫ ପ୍ରତିଶତ କମ ରହିଛି

ଓଏଲ୍ ବ୍ୟୁରୋ: ସାରା ରାଜ୍ୟରେ ମୌସୁମୀ ପ୍ରବାହ ଆସିଥିଲେ ମଧ୍ୟ ବର୍ଷାର ପରିମାଣ କମ ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି। ଚଳିତ ମୌସୁମୀ ଋତୁରେ ୧ ଜୁନରୁ ଆଜି ୭ ଜୁଲାଇ ମଧ୍ୟରେ ୨୦୬.୮ ମିମି ବର୍ଷା ରେକର୍ଡ କରାଯାଇଛି। ଯାହା ସ୍ୱାଭାବିକ ବର୍ଷା ୨୭୬.୬ ମିମି ତୁଳନାରେ ୨୫ ପ୍ରତିଶତ କମ ରହିଛି।

ଦେବଗଡ ଜିଲ୍ଲାରେ ସର୍ବାଧିକ ୪୧୦.୮ ମିମି ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକ ବର୍ଷା ୨୬୮.୩ ମିମି ତୁଳନାରେ ୫୩ ପ୍ରତିଶତ ଅଧିକ ରହିଛି। ସେହିପରି କଳାହାଣ୍ଡି ଜିଲ୍ଲାରେ ସର୍ବନିମ୍ନ ୧୧୭.୫ ମିମି ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକ ବର୍ଷା ୩୨୫.୧ ମିମି ତୁଳନାରେ ୬୪ ପ୍ରତିଶତ କମ ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି ହୋଇଛି।