Odisha Link
Bridging the Missing Links in Odisha

ପୁଣି ଓଡ଼ିଶା ପାଇଁ ଗର୍ବ ଆଣିଲେ ସିଦ୍ଧାର୍ଥ, ଆମେରିକାର ସର୍ବୋଚ୍ଚ ଶୃଙ୍ଗରେ ଉଡ଼ିଲା ମହାପ୍ରଭୁଙ୍କ ବାନା

ଓଏଲ୍ ବ୍ୟୁରୋ: ପୁଣି ଓଡ଼ିଶା ପାଇଁ ଗର୍ବ ଆଣିଲେ ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ। ଆମେରିକାର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଡେନାଲିରେ ମହାପ୍ରଭୁ ଜଗନ୍ନାଥଙ୍କ ପତିତପାବନ ବାନା ଓ ପ୍ରଭୁ ଲିଙ୍ଗରାଜଙ୍କ ବାନା ଉଡାଇଲେ ସିଦ୍ଧାର୍ଥ ରାଉତରାୟ। କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ପୁଅ ସିଦ୍ଧାର୍ଥ ପୂର୍ବରୁ ଅନେକ ରେକର୍ଡ ସୃଷ୍ଟି କରିଛନ୍ତି।

ଖବର ଅନୁସାରେ, ୟୁରୋପର ସବୁଠୁ ଉଚ୍ଚତମ ମାଉଣ୍ଟ ଏଲବ୍ରସ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ପୁଅ ସିଦ୍ଧାର୍ଥ ଆରୋହଣ କରିଥିଲେ। ପାହାଡର ଶିଖରରେ ପହଞ୍ଚିବା ପରେ ସେଠାରେ ଲିଙ୍ଗରାଜଙ୍କ ପତାକା ଉଡାଇବା ସହ ତ୍ରୀରଙ୍ଗା ଏବଂ ପାଇକ ପତାକା ଉଡାଇଥିଲେ। ଯାହା ଓଡ଼ିଶା ପାଇଁ ଗର୍ବ ଆଣିଦେଇଥିଲା।

Leave A Reply

Your email address will not be published.