Odisha Link
Bridging the Missing Links in Odisha

ଓଟିପି ସେୟାରିଂ ମାମଲା: ଖୋଲିବ ଗୁମର, ସରିଲା ଏନ୍‌ଆଇଏ ଟିମର ଜେରା

ଓଟିପି ସେୟାର ମାମାଲାର ଛାନ୍‌ଭିନ୍‌ କରିବା ସହ ଅଭିଯୁକ୍ତ ଅଭିଜିତ୍‌କୁ ପଚରାଉଚରା

ଓଏଲ୍ ବ୍ୟୁରୋ: ଖୋଲିବ ଓଟିପି ସେୟାରିଂ ସ୍କାମର ଗୁମର। ଓଟିପି ସେୟାରିଂ ମାମଲାରେ ଏନ୍‌ଆଇଏ, ଏଟିଏସ ଓ ଆଇବି ଅଧିକାରୀ ଜେରା ସାରି ଫେରିଲେ। ଅଭିଯୁକ୍ତ ଅଭିଜିତର ବାନ୍ଧବୀ ଓ ବନ୍ଧୁଙ୍କ ବାବଦରେ ତଥ୍ୟ ନେଇଥିବାବେଳେ ବେନାମୀ ଆକାଉଣ୍ଟ ନେଇ ଯାଞ୍ଚ କରାଗଲା।

ଖବର ଅନୁସାରେ, ଓଟିପି ସେୟାରିଂ ସ୍କାମ ତଥ୍ୟ ଲିକ୍ ଘଟଣାରେ ପାକିସ୍ତାନ ଆଇଏସ୍ଆଇ ଏଜେଣ୍ଟଙ୍କ ସହ ଆର୍ଥିକ କାରବାରର ଲିଙ୍କର ଖୋଲିବ ଗୁମର। ଏଥିପାଇଁ ଗତକାଲି ଭୁବନେଶ୍ବରରେ ପହଞ୍ଚିଥିଲା ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)। ଓଟିପି ସେୟାର ମାମାଲାର ଛାନ୍‌ଭିନ୍‌ କରିବା ସହ ଅଭିଯୁକ୍ତ ଅଭିଜିତ୍‌କୁ ପଚରାଉଚରା କରାଯାଇଥିଲା। ଗିରଫ ଅଭିଜିତର ପାକିସ୍ତାନ, ଆଇଏସଆଇ ଓ ନାଇଜେରିଆ ଲିଙ୍କ ସାମ୍ନାକୁ ଆସିଥିବା ଜଣା ପଡିଛି।

Leave A Reply

Your email address will not be published.