Odisha Link
Bridging the Missing Links in Odisha

ଢେଙ୍କାନାଳ ଗସ୍ତ କରିବେ ୫-ଟି ସଚିବ, କଳା ପୋଷାକ ପିନ୍ଧି ବିଜେପିର ବିରୋଧ

ଗଣେଶ ବଜାର ଟାଉନ ହଲ୍‌ ସାମ୍ନାରେ ପ୍ଲାକାର୍ଡ ଧରି ବିଜେପି ନେତା ଓ କର୍ମୀ ପ୍ରତିବାଦ

ଓଏଲ୍ ବ୍ୟୁରୋ: ଢେଙ୍କାନାଳ ଜିଲ୍ଲା ଗସ୍ତରେ ଯିବେ ୫-ଟି ସଚିବ ଭି.କେ ପାଣ୍ଡିଆନ। ବିଭିନ୍ନ ସମସ୍ୟାର ସମାଧାନ ତଥା ପ୍ରକଳ୍ପର ସମୀକ୍ଷା ପାଇଁ ଢେଙ୍କାନାଳ ଜିଲ୍ଲା ଗସ୍ତରେ ଯିବେ। ୫-ଟି ସଚିବଙ୍କ ଢେଙ୍କାନାଳ ଗସ୍ତ ପୂର୍ବରୁ ବିଜେପି ବିରୋଧ କରିଛି। କଳା ପୋଷାକ ପିନ୍ଧି ବିଜେପି ନେତା ଓ କର୍ମୀ ନାରାବାଜୀ କରିଥିବା ଦେଖିବାକୁ ମିଳିଛି। ଗଣେଶ ବଜାର ଟାଉନ ହଲ୍‌ ସାମ୍ନାରେ ପ୍ଲାକାର୍ଡ ଧରି ବିଜେପି ନେତା ଓ କର୍ମୀ ପ୍ରତିବାଦ କରୁଛନ୍ତି।

ସୂଚନା ଅନୁସାରେ, ପୂର୍ବରୁ ୫-ଟି ସଚିବ ଭି.କେ ପାଣ୍ଡିଆନ ବୌଦ୍ଧ ଜିଲ୍ଲା ଗସ୍ତ କରିବା ସମୟରେ କଣ୍ଟାମାଳ ବ୍ଲକ ଆମ୍ବଗାଁରେ ତାଙ୍କ କାର୍ଯ୍ୟକ୍ରମକୁ ବିଜେପି ବିରୋଧ କରାଯାଇଥିଲା। ୫-ଟି ସଚିବଙ୍କ ଗସ୍ତକୁ ବିରୋଧ କରି କଣ୍ଟାମାଳ ବିଜେପି କର୍ମୀମାନେ ରାଜରାସ୍ତାକୁ ଓହ୍ଲାଇଥିଲେ। ସଭା ସ୍ଥଳକୁ ଯିବା ପାଇଁ ଥିବା ମୁଖ୍ୟ ଫାଟକ ସମ୍ମୁଖରେ ବିଜେପିର ନେତା ଓ କର୍ମୀ କଳା ପତାକା ପଦର୍ଶନ କରିଥିଲେ। ବିଜେପି କର୍ମୀମାନେ ସଭାସ୍ଥଳକୁ ଧସେଇ ପଶିବାକୁ ଉଦ୍ୟମ କରିବା ପୁଲିସ ସହ ମୁହାଁମୁହିଁ ହୋଇଥିବା ଜଣା ପଡିଥିଲା।

Leave A Reply

Your email address will not be published.