Odisha Link
Bridging the Missing Links in Odisha

ମାଟ୍ରିମୋନି ସାଇଟକୁ ନେଇ ପୁଲିସ ବିଭାଗର ସତର୍କତା, ଜାଣନ୍ତୁ ଠକାମିରୁ ରକ୍ଷା ପାଇବାର ଉପାୟ

ଅତି ପରିଚିତ ଆପ୍ଲିକେସନ ମାଟ୍ରିମୋନି ସାଇଟକୁ ନେଇ ପୁଲିସ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି

ଓଏଲ୍ ବ୍ୟୁରୋ: ଆଜିକାଲି ବିବାହ ପାଇଁ ଯୁବ ପିଢ଼ି ନିଜର ସୋସିଆଲ ମିଡିଆର ସାହାଯ୍ୟ ନେଉଥିବା ଅନେକ ଖବର ସାମ୍ନାକୁ ଆସୁଛି। ଏହି ସୋସିଆଲ ମିଡିଆ ମାଧ୍ୟମରେ ଗଢ଼ି ଉଠିଥିବା ସମ୍ପର୍କ କେତେବେଳେ ଚିରସ୍ଥାୟୀ ତ କେତେବେଳେ ଠକାମିର କାରଣ ପାଲଟିଥିବା ଦେଖିବାକୁ ମିଳେ। ତେବେ ଅତି ପରିଚିତ ଆପ୍ଲିକେସନ ମାଟ୍ରିମୋନି ସାଇଟକୁ ନେଇ ପୁଲିସ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି।

ସୂଚନା ଅନୁସାରେ, ମାଟ୍ରିମୋନି ସାଇଟରେ ଯଦି କୌଣସି ବ୍ୟକ୍ତିଙ୍କ ସହ ସମ୍ପର୍କ ଯୋଡ଼ିବାକୁ ଚାହୁଁଛନ୍ତି ତେବେ ସଂପୃକ୍ତ ବ୍ୟକ୍ତିଙ୍କ ବ୍ୟାକଗ୍ରାଉଣ୍ଡ ସମ୍ପର୍କରେ ସବିଶେଷ ତଥ୍ୟ ସଂଗ୍ରହ କରନ୍ତୁ। ନିଜର ବ୍ୟକ୍ତିଗତ ଗୋପନୀୟତାକୁ ସଂଗେ ସଂଗେ ପ୍ରକାଶ କରନ୍ତୁ ନାହିଁ। ସଂପୃକ୍ତ ବ୍ୟକ୍ତିଙ୍କ କୌଣସି କଥାରେ ପ୍ରଲୋଭିତ ହୁଅନ୍ତୁ ନାହିଁ। ଜୀବନସାଥୀ ଚୟନରେ ଏହି କିଛି ପଦକ୍ଷେପ ଆପଣଙ୍କୁ ଏକ ବଡ଼ ଠକାମିରୁ ସୁରକ୍ଷା ଦେଇପାରିବ ବୋଲି ପୁଲିସ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି।

Leave A Reply

Your email address will not be published.