ଏଆଇ ବ୍ୟବହାର କରି ମୁଖ୍ୟମନ୍ତ୍ରୀଙ୍କ କଥା ଓ ଛବି ବ୍ୟବହାର ହେଉନି ତ: ସମୀର ମହାନ୍ତି
ଏ ହେଉଛି ପୁରୁଣା ଯୋଜନା।
ଓଏଲ୍ ବ୍ୟୁରୋ: ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯାହାକୁ ନେଇ ପ୍ରେସମିଟରେ ବିଜେପି ନେତା ସମୀର ମହାନ୍ତି କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଓଡ଼ିଶା ଲୋକଙ୍କୁ ବୋକା ବନାଇବାକୁ ଏ ଯୋଜନା ନୁହେଁ ତ। ବିନା ଟେଣ୍ଡରରେ ଲକ୍ଷ ଲକ୍ଷ ଟଙ୍କାର କାମ ଦଳୀୟ କର୍ମୀ କରିବେ। ଏହା ବିଜୁ ଜନତା ଦଳର ଏକ ବଡ଼ ଦୁର୍ନୀତିର ଯୋଜନା। ଏ ହେଉଛି ପୁରୁଣା ଯୋଜନା।
ସେ ଆହୁରି ମଧ୍ୟ କହିଛନ୍ତି, ଯାହା ଲାଗୁଛି ଏବେ ବିଜୁ ଓଡିଶାରୁ ନବୀନ ଓଡିଶା ଆଡକୁ ବିଜୁ ଜନତା ଦଳ ଗତି କରୁଛି। ଆଗକୁ କେଉଁ ନାମରେ ଓଡିଶାକୁ ଚିତ୍ରଣ କରାଯିବ ଓଡ଼ିଶାବାସୀ ଅପେକ୍ଷା କରିଛନ୍ତି। କ୍ୟାବିନେଟ ମିଟିଂକୁ ମୁଖ୍ୟମନ୍ତ୍ରୀ ଆସୁଛନ୍ତି କି ବୋଲି ପ୍ରଶ୍ନ କରିବା ସହ ଏଆଇ ବ୍ୟବହାର କରି ମୁଖ୍ୟମନ୍ତ୍ରୀଙ୍କ ଛବି ଓ କଥା ବ୍ୟବହାର ହେଉଥିବା ବିଜେପି ସନ୍ଦେହରେ ଥିବା କହିଛନ୍ତି ବିଜେପି ନେତା ସମୀର ମହାନ୍ତି।
ବିଭିନ୍ନ ଯୋଜନା ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ମଧ୍ୟ କରାଯାଇଥିଲା, କିଛି ତଥ୍ୟର ମାପକାଠି ନକରି ୨୩ ବର୍ଷ ମଧ୍ୟରେ ନିଜ ଶାସନର ବିଫଳତା ଏକ ଗୋଲାପୀ ଚିତ୍ର ଓଡ଼ିଶା ଜନତାକୁ ଦେଖାଉଛନ୍ତି। ତଥ୍ୟ, ପରିସଂଖ୍ୟା ଏବଂ ଜୋଜନାକୁ ସଂଶୋଧିତ କରି ନୂଆ ଭର୍ସନ ଗୋଟିଏ ଯୋଜନା କରିଛନ୍ତି। ଆମେ କହୁଛୁ ଆମ ଓଡ଼ିଶା ୫୦ ପ୍ରତିଶତ ପିସି ଓଡ଼ିଶା। ରାଜ୍ୟ ସରକାର ଆଣିଥିବା ପୂର୍ବ ଯୋଜନା ଗୁଡ଼ିକ କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଛନ୍ତି ବିଜେପି ନେତା ସମୀର ମହାନ୍ତି। ବିଜୁ ଯୁବ ବାହିନୀ, ବିଜୁ ଗାଁ ଗାଡ଼ି, ମୋ ସାଇକେଲ ସ୍ଥିତି ଏବେ କଣ ବିଜେପି ନେତା ସମୀର ମହାନ୍ତି ପ୍ରଶ୍ନ କରିଛନ୍ତି।