Odisha Link
Bridging the Missing Links in Odisha

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ: ଚାଲିଛି ଭୋଟ ଗଣତି, ହିଂସାରେ ଗଲାଣି ୩୩ ଜୀବନ

ହିଂସା ରୋକିବାକୁ ପୁଲିସ ଓ କେନ୍ଦ୍ରୀୟ ବାହିନୀ ମୁତୟନ କରାଯାଇଛି।

ଓଏଲ୍ ବ୍ୟୁରୋ: ଗତ ୮ ତାରିଖରେ ପଶ୍ଚିମବଙ୍ଗର ପଞ୍ଚାୟତ ନିର୍ବାଚନ ଭୋଟ ଗ୍ରହଣ କରାଯାଇଥିବାବେଳେ ଆଜି ଆରମ୍ଭ ହୋଇଛି ଗଣତି। କଡ଼ା ସୁରକ୍ଷାରେ ଭିତରେ ପଶ୍ଚିମବଙ୍ଗର ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ଚାଲିଛି। ବର୍ତମାନ ସୁଦ୍ଧା ଆଗରେ ଟିଏମସି ରହିଥିବାବେଳେ ଭୋଟ ଗଣତି ଜାରି ରହିଛି। ଘଟଣା ସ୍ଥଳରେ ହିଂସା ରୋକିବାକୁ ପୁଲିସ ଓ କେନ୍ଦ୍ରୀୟ ବାହିନୀ ମୁତୟନ କରାଯାଇଛି। ନିର୍ବାଚନୀ ହିଂସାରେ ଏଯାଏଁ ୩୩ ଜଣଙ୍କ ଜୀବନ ଚାଲିଯାଇଥିବା ସୂଚନା ରହିଛି।

ଖବର ଅନୁସାରେ, ଗତ ୮ ତାରିଖରେ ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଥିବାବେଳେ ସଂଧ୍ୟା ୫ଟାରେ ମତଦାନ ଶେଷ ହୋଇଥିଲା। ଭୋଟରମାନେ ୯,୭୩୦ ପଞ୍ଚାୟତିରାଜ ସମିତି ଆସନ ଓ ୯୨୮ ଜିଲ୍ଲା ପରିଷଦ ଆସନ ପାଇଁ ପ୍ରାର୍ଥୀ ଚୟନ କରିଛନ୍ତି। ତେବେ ଆଜି ଏହି ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ତେବେ ଏହି ମତଦାନ ସମୟରେ ବ୍ୟାପକ ହିଂସା ହୋଇଥିବା ଦେଖିବାକୁ ମିଳିଥିଲା।

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ବ୍ୟାପକ ପୋଡ଼ାଜଳା ସହ ବିଭିନ୍ନ ସ୍ଥାନରେ ହିଂସା ଘଟି ୩୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ଏହା ସହ ପଶ୍ଚିମବଙ୍ଗର କୁଚବିହାରରେ ବାଲାଟ ବାକ୍ସ ଦୁର୍ବୃତ୍ତ ଜାଳିଦେଇଥିଲେ। ଏହା ପରେ ମୁର୍ଶିଦାବାଦରେ ଦୁର୍ବୃତ୍ତଙ୍କୁ ଘଉଡ଼ାଇବାକୁ ପୁଲିସ ଫାଙ୍କା ଗୁଳିଚାଳନା କରିଥିଲା।

Leave A Reply

Your email address will not be published.