Odisha Link
Bridging the Missing Links in Odisha

ପୁଣି ସାଂସଦ ଅପରାଜିତାଙ୍କ ଟାର୍ଗେଟରେ ଶାସକଦଳ

ସ୍ୱୟଂ ସହାୟକ ଗୋଷ୍ଠି ମାଷ୍ଟର ବୁକ କିପର ବିଜେଡି ବିଧାୟକଙ୍କ ନିର୍ଦ୍ଦେଶ ମାନିବାକୁ ଶପଥ ନେଉଛନ୍ତି।

ଓଏଲ୍ ବ୍ୟୁରୋ: ପାଖେଇ ଆସୁଛି ୨୦୨୪ ନିର୍ବାଚନ। ଆଗାମୀ ନିର୍ବାଚନକୁ ନଜରରେ ରଖି ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ବିଭିନ୍ନ ପ୍ରସଙ୍ଗରେ ଶାସକଦଳ-ବିଜେପି ମୁହାଁମୁହିଁ ହେଉଥିବାବେଳେ ସୋସିଆଲ ମିଡିଆରେ ପୁଣି ବିଜେଡିକୁ ସାଂସଦ ଅପରାଜିତା ଷଡ଼ଙ୍ଗୀ ଟାର୍ଗେଟ୍‌ କରିଛନ୍ତି।

ସୂଚନା ଅନୁସାରେ, ସୋସିଆଲ ମିଡିଆରେ ଘୁରିବୁଲୁଥିବା ଏକ ଭିଡିଓକୁ ନେଇ ସାଂସଦ ଅପରାଜିତା ଷଡ଼ଙ୍ଗୀ ବିଜେଡିକୁ ଟାର୍ଗେଟ କରିଛନ୍ତି।ବିଜୁ ଯୁବ ଜନତା ଦଳର ବୈଠକରେ ସରକାରୀ କର୍ମଚାରୀ ଭାଷଣ ଦେଉଛନ୍ତି। ସ୍ୱୟଂ ସହାୟକ ଗୋଷ୍ଠି ମାଷ୍ଟର ବୁକ କିପର ବିଜେଡି ବିଧାୟକଙ୍କ ନିର୍ଦ୍ଦେଶ ମାନିବାକୁ ଶପଥ ନେଉଛନ୍ତି। ସରକାରୀ ଦରମା ନେଉଥିଲା ବେଳେ ନିର୍ଦ୍ଦେଶ ପାଳନ ଶପଥ ନେଉଥିବା ଏକ ଭିଡିଓ ନିଜ ସୋସିଆଲ ମିଡିଆରେ ଅପରାଜିତା ଷଡ଼ଙ୍ଗୀ ପୋଷ୍ଟ କରିଛନ୍ତି।

ସେ ନିଜର ଟ୍ୱିଟ ମାଧ୍ୟମରେ କହିଛନ୍ତି, ଓଡ଼ିଶାରେ ଶାସନ ବ୍ୟବସ୍ଥା ହାସ୍ୟାସ୍ପଦ ହୋଇ ସାରିଛି। ଆମ ସରକାରଙ୍କୁ ନେଇ ଲଜ୍ଜା ଅନୁଭବ ହେଉଛି। କେତେକ ନିର୍ଦ୍ଦିଷ୍ଟ କର୍ମଚାରୀ ରାଜନୈତିକ କାର୍ଯ୍ୟକ୍ରମକୁ ଆସୁଛନ୍ତି। ଏହା ଚିନ୍ତାଜନକ ବିଷୟ, ୨୦୨୪ ନିର୍ବାଚନ ପରେ ଏମିତି ସରକାର ଚାଲିବନି ବୋଲି ଅପରାଜିତା ଷଡ଼ଙ୍ଗୀ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.