Odisha Link
Bridging the Missing Links in Odisha

ବିଷାକ୍ତ ଖାଦ୍ୟ ଖାଇ ଛାତ୍ରୀ ମୃତ୍ୟୁ ଘଟଣା: ୪ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦ୍ଦେଶ

କେନ୍ଦୁଝରର ଏକ ଏସସି/ଏସଟି ଆବାସିକ ବିଦ୍ୟାଳୟରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା।

ଓଏଲ୍ ବ୍ୟୁରୋ: କେନ୍ଦୁଝରରେ ବିଷାକ୍ତ ଖାଦ୍ୟ ଖାଇ ୪ର୍ଥ ଶ୍ରେଣୀର ଛାତ୍ରୀ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଥିଲା। କେନ୍ଦୁଝରର ଏକ ଏସସି/ଏସଟି ଆବାସିକ ବିଦ୍ୟାଳୟରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ମୃତ ଛାତ୍ରୀଙ୍କ ପରିବାରକୁ ୪ ଲକ୍ଷ କ୍ଷତିପୂରଣ ମିଳିବ। ରାଜ୍ୟ ମାନବ ଅଧିକାର ଆୟୋଗ ମୃତ ଛାତ୍ରୀଙ୍କ ପରିବାରକୁ ୪ ଲକ୍ଷ କ୍ଷତିପୂରଣ ରାଶି ୨ ମାସ ମଧ୍ୟରେ ଦେବା ପାଇଁ କେନ୍ଦୁଝର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.