Odisha Link
Bridging the Missing Links in Odisha

ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା: ଆଡିସନାଲ ଏସପିଙ୍କୁ ଗୁଳିମାଡ, ଗଲାଣି ୩୪ ଜୀବନ

ଓଏଲ୍ ବ୍ୟୁରୋ: ଗତ ୮ ତାରିଖରେ ପଶ୍ଚିମବଙ୍ଗର ପଞ୍ଚାୟତ ନିର୍ବାଚନ ଭୋଟ ଗ୍ରହଣ କରାଯାଇଥିବାବେଳେ କଲି ଗଣତି ହୋଇଥିଲା। ଘଟଣା ସ୍ଥଳରେ ହିଂସା ରୋକିବାକୁ ପୁଲିସ ଓ କେନ୍ଦ୍ରୀୟ ବାହିନୀ ମୁତୟନ କରାଯାଇଥିଲା। ନିର୍ବାଚନୀ ହିଂସାରେ ଏଯାଏଁ ୩୪ ଜଣଙ୍କ ଜୀବନ ଚାଲିଯାଇଥିବା ସୂଚନା ରହିଛି। ଏଠାରେ ପରିସ୍ଥିତି ଏତେ ଖରାପ ହୋଇଛି ଯେ, ଉପଦ୍ରବକାରୀଙ୍କ ଆକ୍ରମଣରୁ ବାଦ ପଡ଼ିନାହାନ୍ତି ଆଡିସନାଲ ଏସପି।

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ଫଳାଫଳ ଘୋଷଣା ପରେ ୨୪ ପ୍ରଗଣାରେ ପରିସ୍ଥିତି ଅଣାୟତ୍ତ ହୋଇଥିଲା। ଏଠାରେ ହିଂସାରେ ଇଣ୍ଡିଆନ୍ ସେକ୍ୟୁଲାର ଫ୍ରଣ୍ଟର ଜଣେ କର୍ମୀଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି। କେବଳ ଏତିକି ନୁହେଁ , ପୁରା ଅଞ୍ଚଳ ବୋମା ମାଡ ଓ ଗୁଳିମାଡରେ ଥରିଥିଲା। ଏପରିକି ଆଡିସନାଲ ଏସପିଙ୍କୁ ଗୁଳିମାଡ ହୋଇଛି। ଆହତ ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଖବର ଅନୁସାରେ, ଗତ ୮ ତାରିଖରେ ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଥିବାବେଳେ ସଂଧ୍ୟା ୫ଟାରେ ମତଦାନ ଶେଷ ହୋଇଥିଲା। ଭୋଟରମାନେ ୯,୭୩୦ ପଞ୍ଚାୟତିରାଜ ସମିତି ଆସନ ଓ ୯୨୮ ଜିଲ୍ଲା ପରିଷଦ ଆସନ ପାଇଁ ପ୍ରାର୍ଥୀ ଚୟନ କରିଛନ୍ତି।

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ବ୍ୟାପକ ପୋଡ଼ାଜଳା ସହ ବିଭିନ୍ନ ସ୍ଥାନରେ ହିଂସା ଘଟି ୩୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ଏହା ସହ ପଶ୍ଚିମବଙ୍ଗର କୁଚବିହାରରେ ବାଲାଟ ବାକ୍ସ ଦୁର୍ବୃତ୍ତ ଜାଳିଦେଇଥିଲେ। ଏହା ପରେ ମୁର୍ଶିଦାବାଦରେ ଦୁର୍ବୃତ୍ତଙ୍କୁ ଘଉଡ଼ାଇବାକୁ ପୁଲିସ ଫାଙ୍କା ଗୁଳିଚାଳନା କରିଥିଲା।

Leave A Reply

Your email address will not be published.