Odisha Link
Bridging the Missing Links in Odisha

ରାଜ୍ୟ ସରକାରଙ୍କ ପକ୍ଷରୁ ନିଯୁକ୍ତି ସୁଯୋଗ: ପୂରଣ ହେବ ୯୦୨ ଶିକ୍ଷକ ଓ ଅଣ-ଶିକ୍ଷକ ପଦବୀ

ଏହି ସବୁ ପଦବୀ ରାଜ୍ୟର ୧୦୬ଟି ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପାଇଁ ଉଦ୍ଦିଷ୍ଟ ରହିଛି।

ଓଏଲ୍ ବ୍ୟୁରୋ: ଶିକ୍ଷକତା କରିବାକୁ ଚାହୁଁଥିବା ଆଶାୟୀ ଯୁବକ ଯୁବତୀଙ୍କ ପାଇଁ ରାଜ୍ୟ ସରକାର ଖୁସି ଖବର ଘୋଷଣା କରିଛନ୍ତି। କେବଳ ଶିକ୍ଷକ ନୁହେଁ ତା ସହ ଅଣଶିକ୍ଷକ ପଦବୀ ସୃଷ୍ଟି କରିଛନ୍ତି। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ୯୦୨ ପଦବୀ ସୃଷ୍ଟି ହୋଇଛି। ବିଜ୍ଞପ୍ତିରେ ପ୍ରକାଶ ପାଇଥିବା ଏହି ସବୁ ପଦବୀ ରାଜ୍ୟର ୧୦୬ଟି ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପାଇଁ ଉଦ୍ଦିଷ୍ଟ ରହିଛି।

୬୪୨ଟି ପୋଷ୍ଟ୍ ଗ୍ରାଜୁଏଟ୍ ଟିଚର (ପିଜିଟି) ପଦବୀ ପାଇଁ ରହିଥିବା ବେଳେ ୨୪ ଲାବୋରେଟୋରୀ ଆସିଷ୍ଟାଣ୍ଟ୍ ପଦବୀ ପୂରଣ ହେବା ନେଇ କୁହାଯାଇଛି। ତାହା ସହ ଲାବୋରେଟୋରୀ ଆଟେଣ୍ଡାଣ୍ଟ୍ ପାଇଁ ୨୪ଟି ପଦବୀ ରହିଛି। ବିଜ୍ଞପ୍ତିରେ ୧୦୬ଟି ଆସିଷ୍ଟାଣ୍ଟ ଲାଇବ୍ରେରିଆନ୍ ପଦବୀ ରହିଥିବାବେଳେ ୧୦୬ଟି ଜୁନିଅର୍ କ୍ଲର୍କ୍ ପଦବୀ ରହିଛି।

ସେହିପରି ମାଧ୍ୟମିକ ବିଦ୍ୟାଳୟରେ ଅଫିସ୍‌ କାର୍ଯ୍ୟ, ଲାବ୍‌ ସୁପରିଚାଳନା ଓ ପାଠାଗାର ପରିଚାଳନା ପାଇଁ ମଧ୍ୟ ସରକାରଙ୍କ ପକ୍ଷରୁ ପଦବୀ ସୃଷ୍ଟି କରାଯାଇଛି। ଅଣ-ଶିକ୍ଷକ ପଦବୀ ଗୁଡ଼ିକୁ ନିଯୁକ୍ତି ଦେବାକୁ ମଞ୍ଜୁର ପ୍ରଦାନ କରିଛନ୍ତି। ଏନେଇ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।

Leave A Reply

Your email address will not be published.