Odisha Link
Bridging the Missing Links in Odisha

ଲଞ୍ଚ୍ ହେବ ଚନ୍ଦ୍ରଯାନ-୩: ଆରମ୍ଭ ହୋଇଛି କାଉଣ୍ଟଡାଉନ୍, ଆଉ କିଛି ଘଣ୍ଟାର ଅପେକ୍ଷା

ଓଏଲ୍ ବ୍ୟୁରୋ: ପୁଣିଥରେ ବିଶ୍ବ ଦରବାରରେ ଇତିହାସ ରଚିବା ପାଇଁ ପ୍ରସ୍ତୁତ ଭାରତ। କାରଣ ଚନ୍ଦ୍ରଯାନ-୩କୁ ନେଇ ଲାଗି ରହିଥିବା ଅପେକ୍ଷା ଶେଷ ହେବାକୁ ଯାଉଛି। ଜୁଲାଇ ୧୪ରେ ଅର୍ଥାତ ଆସନ୍ତାକାଲି ଚନ୍ଦ୍ରଯାନ-୩କୁ ଇସ୍ରୋ ଉତକ୍ଷେପଣ କରିବ। ଚନ୍ଦ୍ରଯାନ-୩ ଲଞ୍ଚ ପାଇଁ ପ୍ରସ୍ତୁତି ଶେଷ ହୋଇଥିବାବେଳେ ଏନେଇ କାଉଣ୍ଟଡାଉନ ଆରମ୍ଭ ହୋଇଛି। ଭାରତର ସବୁଠୁ ବଡ ସ୍ପେଶ ମିଶନ ଚନ୍ଦ୍ରଯାନ ଥ୍ରୀର ସଫଳତା ନେଇ ଆଶାବାଦୀ ଅଛି ଇସ୍ରୋ। ଚନ୍ଦ୍ରଯାନ ଥ୍ରୀର ସଫଳତା ପାଇଁ ଆନ୍ଧ୍ର ପ୍ରଦେଶର ତିରୁପତି ମନ୍ଦିରରେ ଇସ୍ରୋ ବୈଜ୍ଞାନିକ ପୂଜାର୍ଚ୍ଚନା କରିଛନ୍ତି। ଆଜି ଦିନ ଗୋଟାଏରୁ କାଉଣ୍ଟଡାଉନ ଆରମ୍ଭ ହୋଇଛି।

ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା କେନ୍ଦ୍ରରୁ ଅପରାହ୍ନ ୨ଟା ୩୫ରେ ଚନ୍ଦ୍ରଯାନ-୩ର ଉତକ୍ଷେପଣ କରାଯିବ। ଏନେଇ ସୂଚନା ଦେଇଛନ୍ତି ଇସ୍ରୋ ମୁଖ୍ୟ ଏସ ସୋମନାଥ। ଯଦି ଚନ୍ଦ୍ରଯାନ-୩ର ସଫଳ ଉତକ୍ଷେପଣ ହେବ ତେବେ ବିଶ୍ୱରେ ଭାରତ ଏହି ମାମଲାରେ ଚତୁର୍ଥ ଦେଶ ଭାବେ ପରିଗଣିତ ହେବ। ଏହା ପୂର୍ବରୁ ଋଷିଆ, ଆମେରିକା ଓ ଚାଇନା ନିଜର ମହାକାଶଯାନକୁ ଚନ୍ଦ୍ରରେ ଅବତରଣ କରାଇସାରିଛନ୍ତି। ଚନ୍ଦ୍ରଯାନ-୨ ମିଶନ ୨୨ ଜୁଲାଇ ୨୦୧୯ରେ କରାଯାଇଥିଲା। ପାଖାପାଖି ୨ ମାସ ପରେ ୭ ସେପ୍ଟେମ୍ବର ୨୦୧୯ରେ ଚନ୍ଦ୍ରମାର ସାଉଥ ପୋଲରେ ଚନ୍ଦ୍ରଯାନ-୨ ଅବତରଣ କରିବା ସମୟରେ ଦୁର୍ଘଟଣା ଘଟିଥିଲା। ଯାହାପରେ ଭାରତ ଚନ୍ଦ୍ରଯାନ-୩ ମିଶନ ପ୍ରସ୍ତୁତ କରିଛି। ଭାରତର ସବୁଠୁ ବଡ ସ୍ପେଶ ମିଶନ ଚନ୍ଦ୍ରଯାନ ଥ୍ରୀର ସଫଳତା ନେଇ ଇସ୍ରୋ ଆଶାବାଦୀ ଅଛି।

Leave A Reply

Your email address will not be published.