Odisha Link
Bridging the Missing Links in Odisha

ପୁରୀ ଆନନ୍ଦ ବଜାର ବିଶୃଙ୍ଖଳା ରୋକିବାକୁ କଡ଼ା ନିୟମ: ଖୁବଶୀଘ୍ର ଲାଗିବ ଦର ତାଲିକା

ଆନନ୍ଦ ବଜାରରେ ବିଶୃଙ୍ଖଳା ରୋକିବାକୁ ପଦକ୍ଷେପ ନିଆଯାଇଛି।

ଓଏଲ୍‌ ବ୍ୟୁରୋ: ପୁରୀ ଆନନ୍ଦ ବଜାରରେ ବାରମ୍ବାର ବିଶୃଙ୍ଖଳା ହେଉଥିବା ଖବର ସାମ୍ନାକୁ ଆସିଛି। ଯାହାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ତତ୍ପରତା ପ୍ରକାଶ କରିଛି। ଏନେଇ ଗତକାଲି(ଶୁକ୍ରବାର) ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଆନନ୍ଦ ବଜାରରେ ବିଶୃଙ୍ଖଳା ରୋକିବାକୁ ପଦକ୍ଷେପ ନିଆଯାଇଛି।

ଅନ୍ୟପଟେ ଆନନ୍ଦ ବଜାରରେ ବାରମ୍ବାର ବିଶୃଙ୍ଖଳା ହେଉଥିବା ନେଇ ଦର ତାଲିକା ବି ଖୁବଶୀଘ୍ର ଲାଗିବ ବୋଲି ଜଣା ପଡିଛି। ଯଦ୍ବାରା ଭକ୍ତମାନେ ଶୋଷଣମୁକ୍ତ ହୋଇପାରିବେ। ଆନନ୍ଦବଜାର ପାଇଁ ସ୍ବତନ୍ତ୍ର ନିର୍ଦ୍ଦେଶାବଳୀ ପ୍ରସ୍ତୁତ ହେବ। ଏହି ନିଷ୍ପତ୍ତି ଉପରେ ନିଯୋଗ ସହ ଆଲୋଚନା କରି ଆବଶ୍ୟକ ସୁପାରିସ ପାଇଁ ଆନନ୍ଦବଜାର ଶୃଙ୍ଖଳା ସବ୍‌କମିଟି ଗଠନ କରାଯାଇଛି। ଏଥିରେ ଶ୍ରୀମନ୍ଦିର ତିନିଜଣ ପ୍ରଶାସକ, ଉପଜିଲ୍ଲାପାଳ, ଶ୍ରୀମନ୍ଦିର କମାଣ୍ଡାଣ୍ଡ୍‌, ତିନି ପରିଚାଳନା କମିଟି ସଦସ୍ୟ, ସୁଆର ମହାସୁଆର ନିଯୋଗ ସଭାପତି, ସଂପାଦକ ଓ ବରିଷ୍ଠ ସଦସ୍ୟ ଦାମୋଦର ମହାସୁଆର ପ୍ରମୁଖ ରହିଛନ୍ତି।

ସୂଚନା ଅନୁସାରେ, ଆନନ୍ଦ ବଜାରରେ କିପରି ଶୃଙ୍ଖଳା ଅଣାଯିବ ସେ ନେଇ ଗତକାଲି(ଶୁକ୍ରବାର) ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଆନନ୍ଦବଜାର ସମ୍ପର୍କିତ ପ୍ରାୟ ୨୦ଟି ପ୍ରସଙ୍ଗରେ ଏହି ବୈଠକରେ ବିଧିବଦ୍ଧ ଆଲୋଚନା ସହ ଆବଶ୍ୟକ ନିଷ୍ପତ୍ତି ନିଆଯାଇଛି। ତେବେ ଏହି କମିଟି ୭ରୁ ୧୦ ଦିନ ଭିତରେ ଆବଶ୍ୟକ ସୁପାରିସ ଶ୍ରୀମନ୍ଦିର ପ୍ରଶାସନକୁ ଲିଖିତ ଆକାରରେ ପ୍ରଦାନ କରିବା ପରେ ଏହି ଆଧାରରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତ୍ତି ନିଆଯାଇଛି।

Leave A Reply

Your email address will not be published.