Odisha Link
Bridging the Missing Links in Odisha

ସାହାରା ଜମାକାରୀଙ୍କୁ ମିଳିବ ଜମା ଟଙ୍କା, ଜାଣନ୍ତୁ ଅର୍ଥ ଫେରସ୍ତ ପାଇବାର ପ୍ରକ୍ରିୟା

ଆବେଦନ ଫର୍ମ ପୂରଣ କରି ଆବଶ୍ୟକ କାଗଜପତ୍ର ଅପଲୋଡ୍‌ କରି ସେମାନଙ୍କ ଦାବି ଦାଖଲ କରିବେ।

ଓଏଲ୍‌ ବ୍ୟୁରୋ: ସାହାରା ସମବାୟ ସମିତିର ନିବେଶକମାନଙ୍କ ପାଇଁ ଖୁସି ଖବର। ସେଣ୍ଟ୍ରାଲ ରେଜିଷ୍ଟ୍ରାର ଅଫ୍ କୋ-ଅପରେଟିଭ ସୋସାଇଟି (ସିଆର୍‌ସିଏସ୍‌)-ସାହାରା ରିଫଣ୍ଡ ପୋର୍ଟାଲ ଶୁଭାରମ୍ଭ କରାଯାଇଛି। ଉକ୍ତ ପୋର୍ଟାଲ https://mocrefund.crcs.gov.in ଜରିଆରେ ଲୋକମାନେ ସେମାନଙ୍କ ଅର୍ଥ ଫେରସ୍ତ ପାଇଁ ଆବେଦନ କରିପାରିବେ। ସାହାରା ଗ୍ରୁପର ସମବାୟ ସମିତିରେ ଫସି ରହିଥିବା ୧୦ କୋଟି ଲୋକଙ୍କ ଟଙ୍କା ଫେରସ୍ତ କରିବାର ଆଶା ଅଛି।

ଉଲ୍ଲେଖଯୋଗ୍ୟ, ଯେଉଁମାନଙ୍କର ଟଙ୍କା ଏଥିରେ ଅଟକି ରହିଥିଲା ​​ସେମାନଙ୍କୁ ଫେରସ୍ତ କରିବାର ଖବର ଆସିଛି। ଏଥିପାଇଁ ଏକ ଅନଲାଇନ୍ ପୋର୍ଟାଲ୍ ମଧ୍ୟ ଆରମ୍ଭ କରାଯାଇଛି, ଯାହାର ନାମ CRCS-Sahara Refund Portal। ଉକ୍ତ ପୋର୍ଟାଲ ଜରିଆରେ ୧୦,୦୦୦ ଟଙ୍କା କିମ୍ବା ତା’ଠାରୁ ଅଧିକ ଜମା କରିଥିବା ଏକ କୋଟି ନିବେଶକଙ୍କୁ ପ୍ରଥମେ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଦେୟ ପ୍ରଦାନ କରାଯିବ।

ସାହାରା ଗ୍ରୁପ ଅଫ୍ କୋ-ଅପରେଟିଭ ସୋସାଇଟି ଗ୍ରୁପର ସମବାୟ ସମିତି-ସାହାରା କ୍ରେଡିଟ କୋପରେଟିଭ ସୋସାଇଟି ଲିମିଟେଡ, ସାହାରାୟାନ ୟୁନିଭର୍ସାଲ ମଲ୍ଟିପରପଜ୍‌ ସୋସାଇଟି ଲିମିଟେଡ, ହମାରା ଇଣ୍ଡିଆ କ୍ରେଡିଟ କୋପରେଟିଭ ସୋସାଇଟି ଲିମିଟେଡ ଏବଂ ଷ୍ଟାର୍ସ ବହୁମୁଖୀ ସମବାୟ ସମିତି ଲିମିଟେଡ୍‌ର ପ୍ରକୃତ ଜମାକାରୀଙ୍କ ଦାବି ଦାଖଲ ପାଇଁ ଏହି ପୋର୍ଟାଲ ବିକଶିତ କରାଯାଇଛି।ଏହି ସୋସାଇଟିଗୁଡିକର ପ୍ରକୃତ ଜମାକାରୀମାନେ ପୋର୍ଟାଲରେ ଉପଲବ୍ଧ ଆବେଦନ ଫର୍ମ ପୂରଣ କରି ଆବଶ୍ୟକ କାଗଜପତ୍ର ଅପଲୋଡ୍‌ କରି ସେମାନଙ୍କ ଦାବି ଦାଖଲ କରିବେ।

ଜମାକାରୀଙ୍କୁ ପରିଚୟ ସୁନିଶ୍ଚିତ କରିବା ପାଇଁ ଆଧାର କାର୍ଡ ମାଧ୍ୟମରେ ଯାଂଚ କରାଯିବ। ପ୍ରକୃତ ଜମାକାରୀମାନେ ଅନଲାଇନ ଦାବି ଦାଖଲର ୪୫ ଦିନ ମଧ୍ୟରେ ସେମାନଙ୍କ ଆଧାର ସଂଯୋଜିତ ବ୍ୟାଙ୍କ ଆକାଉଣ୍ଟରେ ଦେୟ ଜମା କରାଯିବ। ଅର୍ଥ ଫେରସ୍ତ ପାଇବାକୁ ହେଲେ ଜମାକାରୀଙ୍କୁ ଉକ୍ତ ପୋର୍ଟାଲରେ ପ୍ରଥମେ ପଞ୍ଜୀକରଣ କରିବାକୁ ହେବ। https://mocrefund.crcs.gov.in ଜରିଆରେ ଲୋକମାନେ ସେମାନଙ୍କ ଅର୍ଥ ଫେରସ୍ତ ପାଇଁ ଆବେଦନ କରିପାରିବେ।

Leave A Reply

Your email address will not be published.