Odisha Link
Bridging the Missing Links in Odisha

ଉତ୍କଳ ପ୍ରକାଶକ ଓ ପୁସ୍ତକବିକ୍ରେତା ସଂଘର କାର୍ଯ୍ୟକାରିଣୀ ବୈଠକ

ଆସନ୍ତା ମାସରେ ହେବାକୁ ଥିବା ବୈଠକରେ ଏ ନେଇ ବିଚାର କରାଯିବ ବୋଲି ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା।

ଭୁବନେଶ୍ବର: ରାଜ୍ୟର ସର୍ବବୃହତ୍ତ ପ୍ରକାଶନ ସଂଘ ‘ଉତ୍କଳ ପ୍ରକାଶକ ଓ ପୁସ୍ତକବିକ୍ରେତା ସଂଘ’ର ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଘ କାର୍ଯ୍ୟକାରୀ କମିଟିର ଏହି ବୈଠକରେ ରାଜ୍ୟର ପ୍ରକାଶକ ଓ ଲେଖକଙ୍କ ସମସ୍ୟା ସମ୍ବଳିତ ବିଭିନ୍ନ ପ୍ରସଙ୍ଗ ଉପରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏ ଅବସରରେ ପ୍ରକାଶକମାନଙ୍କ ଏକତା ବୃଦ୍ଧି ଓ ବହିର ପ୍ରଚାର ପ୍ରସାର ପାଇଁ ସଂଘର ନିଜର ଆଗାମୀ ପଦକ୍ଷେପ ସ୍ଥିର କରିଛି। ବର୍ତ୍ତମାନ ୪୦ରୁ ଅଧିକ ପ୍ରକାଶକ ସଂଘର ସଦସ୍ୟ ଥିବାବେଳେ ନୂତନ ସଦସ୍ୟତା ପାଇଁ ଆଗ୍ରହୀ ଦେଖାଇଥିବା ପ୍ରକାଶକଙ୍କ ଆବେଦନ ଉପରେ ଏ ଅବସରରେ ବିଚାର କରାଯାଇଥିଲା। ଆସନ୍ତା ମାସରେ ହେବାକୁ ଥିବା ବୈଠକରେ ଏ ନେଇ ବିଚାର କରାଯିବ ବୋଲି ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା।

ସ୍ଥାନୀୟ ପକ୍ଷୀଘର ପ୍ରକାଶନୀ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ ସଂଘର ସଭାପତି ତଥା ଅପୂର୍ବା ପ୍ରକାଶନୀର ମୁଖ୍ୟ କ୍ଷୀରୋଦ ଚନ୍ଦ୍ର ପତି। ସମ୍ପାଦକୀୟ ବିବରଣୀ ଓ ପ୍ରସ୍ତାବ ରଖିଥିଲେ ଅନୁଷ୍ଠାନର ସଂପାଦକ ତଥା ଲେଖାଲେଖି ପ୍ରକାଶନୀର ସଂସ୍ଥାପକ ପ୍ରଦୀପ୍ତ ବେହୁରା। ଅନ୍ୟମାନଙ୍କ ମଧ୍ୟରେ ପକ୍ଷୀଘର ପ୍ରକାଶନୀର ସଂସ୍ଥାପକ ବନୋଜ ତ୍ରିପାଠୀ, ଟାଇମ୍‌ ପାସ୍‌ ପ୍ରକାଶନୀର ନିର୍ଦେଶକ ସରୋଜ ବଳ ଓ ଓଡ଼ିଆ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ନିର୍ଦେଶକ ଶୁଭ୍ରାଂଶୁ ପଣ୍ଡା ଉପସ୍ଥିତ ଥିଲେ। ଜ୍ଞାନଯୁଗ ପ୍ରକାଶନୀ ତରଫରୁ ତୁଷାରକାନ୍ତି ସାହୁ ବୈଠକରେ ଯୋଗ ଦେଇଥିବାବେଳେ ଚିତ୍ରୋତ୍ପଳା ପ୍ରକାଶନୀର ମୁଖ୍ୟ ସଦାଶିବ ଦାଶ ଭର୍ଚୁଆଲ ମାଧ୍ୟମରେ ଯୋଗ ଦେଇଥିଲେ।

Leave A Reply

Your email address will not be published.