Odisha Link
Bridging the Missing Links in Odisha

ରାଜ୍ୟସଭାରେ ସ୍ପେଶାଲ ଫୋକସ୍ ଷ୍ଟେଟ ଷ୍ଟାଟସ ଦାବି: ଓଡ଼ିଶା ପାଇଁ ଦାବି କଲେ ବିଜେଡି ସାଂସଦ

ଓଏଲ୍‌ ବ୍ୟୁରୋ: ନବନିର୍ମିତ ସଂସଦ ଭବନରେ ମୌସୁମୀ ଅଧିବେଶନ ଅନୁଷ୍ଠିତ ହୋଇଛି। ଗୃହ କାର୍ଯ୍ୟ ଆରମ୍ଭ ଦିନରୁ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ସଂସଦର ମୌସୁମୀ ଅଧିବେଶନରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଆରମ୍ଭ ହୋଇଥିବାବେଳେ ଓଡ଼ିଶାକୁ ସ୍ପେଶାଲ ଫୋକସ୍ ଷ୍ଟେଟ ଷ୍ଟାଟସ ନେଇ ବିଜୁ ଜନତା ଦଳ ଦାବି ଦୋହରାଇଛି।

ସ୍ପେଶାଲ ଫୋକସ୍ ଷ୍ଟେଟ ଷ୍ଟାଟସ ନେଇ ରାଜ୍ୟସଭାରେ ଦଳ ପକ୍ଷରୁ ସାଂସଦ ସସ୍ମିତ ପାତ୍ର ଦାବି କରିଥିବା ଜଣା ପଡିଛି। ଏହା ସହ ଲୋକକଳା ଲାଗି ବିଜେଡି ସାଂସଦ ମାନସ ମଙ୍ଗରାଜ ରାଜ୍ୟସଭାରେ ଉଦବେଗ ପ୍ରକାଶ କରିଛନ୍ତି। ଗଞ୍ଜାମ ଜିଲ୍ଲାର ପ୍ରହଲ୍ଲାଦ ନାଟକ ଓ କଳାହାଣ୍ଡିର ଘୁମୁରା ନାଚ ପାଇଁ ନିୟମିତ ମଞ୍ଚ ପ୍ରତିଷ୍ଠା ଲାଗି ମାନସ ମଙ୍ଗରାଜ ଦାବି କରିଛନ୍ତି।

Leave A Reply

Your email address will not be published.