Odisha Link
Bridging the Missing Links in Odisha

କୁନୋ ଜାତୀୟ ଉଦ୍ୟାନରେ କମୁଛି ଚିତା ସଂଖ୍ୟା, ପୁଣି ଏକ ଚିତାର ମୃତ୍ୟୁ

ଅନ୍ୟ ଜନ୍ତୁଙ୍କ ଆକ୍ରମଣ ଓ ଅଂଶୁଘାତକୁ ମଧ୍ୟ ଚିତା ମୃତ୍ୟୁର କାରଣ ବୋଲି କେତେକ କହୁଛନ୍ତି।

ଓଏଲ୍‌ ବ୍ୟୁରୋ: କୁନୋ ଜାତୀୟ ଉଦ୍ୟାନରୁ ଚିତା ସଂଖ୍ୟା କମିବାରେ ଲାଗିଛି। ଆଜି ସକାଳେ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ‘ଧାତ୍ରୀ’ ନାମକ ମାଈ ଚିତାର ମୃତ୍ୟୁ ଘଟିଥିବା କଥା ବନ ବିଭାଗ ଅଧିକାରୀମାନେ କହିଛନ୍ତି। ଗୋଟେ ପରେ ଗୋଟେ ଚିତାଙ୍କ ମୃତ୍ୟୁ ହେବା ମୁଣ୍ଡ ବିନ୍ଧାର କାରଣ ପାଲଟିଛି।

ଉଲ୍ଲେଖଯୋଗ୍ୟ, ଭାରତକୁ ଚିତା ଅଣାଯିବା ପରଠାରୁ ସମୁଦାୟ ୯ଟି ଚିତାର ମୃତ୍ୟୁ ଘଟିଲାଣି। ମୃତ ଚିତାଙ୍କ ମଧ୍ୟରେ ଅଛନ୍ତି ୩ଟି ଶାବକ। ଚିତା ମୃତ୍ୟୁ ପାଇଁ ବିଭିନ୍ନ କାରଣ ଦାୟୀ। କେତେକ ବିଶେଷଜ୍ଞ କହୁଛନ୍ତି, ପ୍ରଜାତିଗତ ଲଢ଼େଇ, ରୋଗ, ଦୁର୍ଘଟଣା ଏବଂ ଶିକାର ବେଳେ ପାଇଥିବା ଆଘାତ ହିଁ ସେମାନଙ୍କର ମୃତ୍ୟୁର କାରଣ। ଅନ୍ୟ ଜନ୍ତୁଙ୍କ ଆକ୍ରମଣ ଓ ଅଂଶୁଘାତକୁ ମଧ୍ୟ ଚିତା ମୃତ୍ୟୁର କାରଣ ବୋଲି କେତେକ କହୁଛନ୍ତି।

ସୂଚନା ଅନୁସାରେ, ଗତବର୍ଷ ଆଫ୍ରିକା ମହାଦେଶର ନାମିବିଆରୁ ୮ ଚିତା ଭାରତକୁ ଅଣାଯାଇଥିଲା। ପରେ ଦକ୍ଷିଣ ଆଫ୍ରିକାରୁ ୧୨ଟି ଚିତା ଅଣାଯାଇଥିଲା। କୁନୋ ନ୍ୟାସନାଲ ପାର୍କରେ ଏବେ ମାତ୍ର ୧୪ଟି ଚିତା ଜୀବିତ ଅଛନ୍ତି। ହେଲେ ଧୀରେ ଧୀରେ ଗୋଟେ ପରେ ଗୋଟେ ଚିତାଙ୍କ ମୃତ୍ୟୁ ହେବା ମୁଣ୍ଡ ବିନ୍ଧାର କାରଣ ପାଲଟିଛି।

Leave A Reply

Your email address will not be published.