Odisha Link
Bridging the Missing Links in Odisha

ଯୌନ ନିର୍ଯାତନା ମାମଲା: ଥାନାରେ ହାଜର ହେଲେ କଣ୍ଠଶିଳ୍ପୀ ସୌରିନ ଭଟ୍ଟ

ଓଏଲ୍‌ ବ୍ୟୁରୋ: ଅଡ଼ୁଆରେ ଚର୍ଚ୍ଚିତ ଗାୟକ ସୌରୀନ ଭଟ୍ଟ। ଗାୟକ ସୌରୀନ ଭଟ୍ଟଙ୍କ ଉପରେ ଜଣେ ଯୁବତୀ ଯୌନ ଶୋଷଣ ମାମଲା ନେଇ ଅଭିଯୋଗ ଆଣିଥିବା ଜଣା ପଡିଛି। ଏହି ମାମଲାରେ ସୌରିନ ଭଟ୍ଟ କଟକ ମହିଳା ଥାନାରେ ହାଜର ହୋଇଛନ୍ତି। ମହିଳା ଥାନା ଯିବାବେଳେ ଗଣମାଧ୍ୟମକୁ ସୌରିନ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମୋ ବିରୋଧରେ ହୋଇଥିବା ଅଭିଯୋଗ ଭିତ୍ତିହୀନ ଓ ମିଥ୍ୟା।

ଖବର ଅନୁସାରେ, ବଲିଉଡର ଆଗଧାଡ଼ିର ପ୍ଲେ ବ୍ୟାକ୍ ସିଙ୍ଗର ସୌରୀନ ଭଟ୍ଟଙ୍କ ବିରୋଧରେ ସଙ୍ଗୀନ ମାମଲା ହୋଇଛି। କଟକର ଜନୈକ ଯୁବତୀଙ୍କୁ ଦୁଷ୍କର୍ମ, ଧମକଚମକ ଓ ଟଙ୍କା ଠକେଇ ଅଭିଯୋଗରେ କଟକ ମହିଳା ଥାନାରେ ଏତଲା ପରେ ସୌରୀନଙ୍କ ଅଡୁଆ ବଢ଼ିଛି। ସୌରିନଙ୍କ ନାମରେ ଆଇପିସିର ୩୭୬, ୪୯୩, ୩୪୧, ୫୦୬, ୪୧୭ ଦଫା ଲାଗିଛି।