Odisha Link
Bridging the Missing Links in Odisha

ଅଭାବନୀୟ ଘଟଣା: ସାଳନ୍ଦୀ ନଦୀରେ ଭାସିଗଲେ ଦୁଇ ଜଣ କାଉଡ଼ିଆ

ଓଏଲ୍‌ ବ୍ୟୁରୋ: ଆଜି ଶ୍ରାବଣ ସୋମବାର। ଏହି ଅବସରରେ ଘଟିଥିବା ଏକ ଅଘଟଣ ଖବର ସାମ୍ନାକୁ ଆସିଛି। ବାଲେଶ୍ୱର ଖଇରା ବ୍ଲକ ବରଦା ଅଣିଜ ସିନ୍ଧୁକେଶ୍ୱର ମହାଦେବ ମନ୍ଦିରକୁ ଜଳ ଢ଼ାଳିବାକୁ ଯାଉଥିଲେ କାଉଡ଼ିଆ। ଏହି ସମୟରେ ସାଳନ୍ଦୀ ନଦୀରେ ଭାସିଗଲେ ୨ ଜଣ କାଉଡ଼ିଆ। ସାଳନ୍ଦୀ ନଦୀରୁ ପାଣି ଉଠାଇ ନେଉଥିବା ବେଳେ ବରଦା ପୋଲ ନିକଟରେ ୩ ଜଣ କାଉଡ଼ିଆ ଭାସି ଯାଇଥିଲେ। ଜଣେ ଉଦ୍ଧାର ହୋଇଥିବା ବେଳେ ୨ ଜଣ ଏବେ ବି ନିଖୋଜ ଅଛନ୍ତି। ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଘଟଣାସଟଲରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଛି।

Leave A Reply

Your email address will not be published.