ବଲାଙ୍ଗୀର ଗସ୍ତରେ ୫-ଟି ସଚିବ, ସମଲେଇ ମନ୍ଦିରର ହେବ ରୂପାନ୍ତରଣ

ଓଏଲ୍ ବ୍ୟୁରୋ: ବଲାଙ୍ଗୀର ଗସ୍ତରେ ୫-ଟି ସଚିବ ଭି.କେ ପାଣ୍ଡିଆନ୍। ବଲାଙ୍ଗୀର ଗସ୍ତର ଦ୍ବିତୀୟ ଦିନରେ ୫-ଟି ସଚିବ ଭି.କେ ପାଣ୍ଡିଆନ ଉନ୍ନୟନମୂଳକ କାର୍ଯ୍ୟର ଅନୁଧ୍ୟାନ କରୁଛନ୍ତି। ବଲାଙ୍ଗୀର ସମଲେଇ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ରୂପାନ୍ତରଣ ନେଇ ସେବାୟତଙ୍କ ସହ ଆଲୋଚନା କରିଛନ୍ତି। ଖୁବଶୀଘ୍ର ଭବ୍ୟ ମନ୍ଦିର ନିର୍ମାଣ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି।
ବଲାଙ୍ଗୀର ଗସ୍ତର ଦ୍ବିତୀୟ ଦିନରେ ୫-ଟି ସଚିବ ଭି.କେ ପାଣ୍ଡିଆନ ଜିଲ୍ଲା ମନ୍ଦିରର ପ୍ଲାନ କରି ପଠାଇବେ ବୋଲି କହିଛନ୍ତି। ମନ୍ଦିରର ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଲୋକଙ୍କୁ ଭେଟିବା ସହ ଅଭିଯୋଗ ପତ୍ର ଗ୍ରହଣ କରିଛନ୍ତି। ସହରରେ ଥିବା ମନ୍ଦିର, ମସଜିଦ, ଚର୍ଚ୍ଚ ଓ କମ୍ୟୁନିଟି ସେଣ୍ଟରର ବିକାଶ ନେଇ ହୋଇଥିବା ଆବେଦନକୁ ଶୀଘ୍ର ପୂରଣ କରାଯିବ। ଏନେଇ ମୁଖ୍ୟମନ୍ତ୍ରୀ ସପ୍ତାହକ ଭିତରେ ଖୁସି ଖବର ଦେବେ ବୋଲି ୫-ଟି ସଚିବ ଭି.କେ ପାଣ୍ଡିଆନ ପ୍ରତିଶ୍ରୁତି ଦେଇଛନ୍ତି।