‘ମଣିପୁରର ଝିଅ ଆଜି ମାଗୁଛି ନ୍ୟାୟ, ପ୍ରଧାନମନ୍ତ୍ରୀ ନିଜ ଭୁଲ୍ ସ୍ୱୀକାର କରିବା ଶିଖିନାହାନ୍ତି’
ଓଏଲ୍ ବ୍ୟୁରୋ: ଲୋକସଭାରେ ଅନାସ୍ଥା ବିତର୍କ ଜାରି ରହିଛି। ମଣିପୁର ପ୍ରସଙ୍ଗକୁ ନେଇ ବିରୋଧୀ ସାଂସଦ ପକ୍ଷ ରଖୁଛନ୍ତି। ଅନାସ୍ଥା ପ୍ରସ୍ତାବ ନେଇ ଲୋକସଭାରେ ବିରୋଧୀ କଂଗ୍ରେସ ପକ୍ଷରୁ ଗୌରବ ଗୋଗୋଇଙ୍କ ତର୍କ କରି କହିଛନ୍ତି, କାହିଁକି ପ୍ରଧାନମନ୍ତ୍ରୀ ମଣିପୁର ଯାଉନାହାନ୍ତି। କାହିଁକି ମଣିପୁର ମୁଖ୍ୟମନ୍ତ୍ରୀଙ୍କୁ ବରଖାସ୍ତ କରାଯାଉନାହିଁ।
ପ୍ରଧାନମନ୍ତ୍ରୀ ନିଜ ଭୁଲ୍ ସ୍ୱୀକାର କରିବା ଶିଖିନାହାନ୍ତି। ଚର୍ଚ୍ଚାକୁ ଏଡ଼ାଇବା ପାଇଁ ମୌନ ମାର୍ଗକୁ ଆପଣାନ୍ତି ପ୍ରଧାନମନ୍ତ୍ରୀ। ରାହୁଲ ଗାନ୍ଧୀ ମଣିପୁର ଗଲେ କିନ୍ତୁ ପ୍ରଧାନମନ୍ତ୍ରୀ କାହିଁକି ମଣିପୁର ଯାଇନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ଗୌରବ ଗୋଗୋଇ। କାହିଁକି ୮୦ ଦିନ ଲାଗିଗଲା ମଣିପୁର ବିଷୟରେ କହିବା ପାଇଁ ବୋଲି ପ୍ରଶ୍ନ କରିଛନ୍ତି ଗୌରବ ଗୋଗୋଇ।
ସେ ଆହୁରି ମଧ୍ୟ କହିଛନ୍ତି, ମଣିପୁରର ଝିଅ ଆଜି ନ୍ୟାୟ ମାଗୁଛି। କାହିଁକି ୮୦ ଦିନ ପରେ ପ୍ରଧାନମନ୍ତ୍ରୀ ମୁହଁ ଖୋଲିଲେ। ଦେଶର ମୁଖିଆ ହିସାବରେ କାହିଁକି ମୌନ ଅଛନ୍ତି ପ୍ରଧାନମନ୍ତ୍ରୀ। ଆଜି ଯାଏ ମଣିପୁର ମୁଖ୍ୟମନ୍ତ୍ରୀଙ୍କୁ କାହିଁକି ବରଖାସ୍ତ କରାଯାଇନାହିଁ ବୋଲି ଗୌରବ ଗୋଗୋଇ ପ୍ରଶ୍ନ କରିଛନ୍ତି।