Odisha Link
Bridging the Missing Links in Odisha

ଶିମିଳିପାଳରେ ସର୍ଚ୍ଚ ଅପରେସନ ଜାରି, ୨୦ରୁ ଅଧିକ ଶିକାରୀ ଗିରଫ

ସର୍ଚ୍ଚ ଅପରେସନ ସମୟରେ ୨୧ ଜଣ ଶିକାରୀଙ୍କୁ ଗିରଫ କରାଯାଇଛି।

ଓଏଲ୍‌ ବ୍ୟୁରୋ: ଶିମିଳିପାଳରେ ୨ ବନ ଅଧିକାରୀଙ୍କ ମୃତ୍ୟୁ ହୋଇଥିଲା। ଶିମିଳିପାଳରେ ୨ ବନ ଅଧିକାରୀଙ୍କୁ ହତ୍ୟା ପରେ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ଶିମିଳିପାଳରେ ସର୍ଚ୍ଚ ଅପରେସନ ଜାରି କରାଯାଇଛି। ସର୍ଚ୍ଚ ଅପରେସନ ସମୟରେ ୨୧ ଜଣ ଶିକାରୀଙ୍କୁ ଗିରଫ କରାଯାଇଛି। ଗିରଫଦାରି ନେଇ ମୟୂରଭଞ୍ଜ ଏସପି ବି. ଗଙ୍ଗାଧର ସୂଚନା ଦେଇଛନ୍ତି। ଶିମିଳିପାଳର ୧୪ଟି ଥାନା ଅଞ୍ଚଳରେ ଜୁନ ୧୮ରୁ ସର୍ଚ୍ଚ ଅପରେସନ ଜାରି କରାଯାଇଛି। ୧୬୫ଟି ଦେଶୀ ବନ୍ଧୁକ ଓ ବନ୍ଧୁକ ତିଆରି ସରଞ୍ଜାମ ଜବତ ସହ ୫୦୦ ଗ୍ରାମ ଗନ ପାଉଡର, ବଜ୍ରକାପ୍ତା କାତି, ହରିଣ ଶିଙ୍ଗ ମଧ୍ୟ ଜବତ କରାଯାଇଛି।

ସୂଚନା ଅନୁସାରେ, ଶିମିଳିପାଳ ସୁରକ୍ଷା ନେଇ ଡିଜିପିଙ୍କ ଅଧ୍ୟକ୍ଷତାରରେ ସମୀକ୍ଷା ବୈଠକ ଆୟୋଜିତ ହୋଇଛି। ମୟୂରଭଞ୍ଜ ଏସ୍‌ପିଙ୍କ କାର୍ଯ୍ୟାଳୟରେ ସମୀକ୍ଷା ବୈଠକ ଜାରି ହୋଇଥିବାବେଳେ ଏଥିରେ ବରିଷ୍ଠ ପୁଲିସ ଓ ବନବିଭାଗ ଅଧିକାରୀ ଉପସ୍ଥିତ ରହିଛନ୍ତି। ଏହା ସହ ଏଡିଯେ, ଆଇଜି, ଏସପି, ଜିଲ୍ଲାପାଳ ଓ ଆରସିସିଏଫ ବୈଠକରେ ଉପସ୍ଥିତ ଅଛନ୍ତି।

ଅନ୍ୟପଟେ, ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ପାଇଁ ଜଏଣ୍ଟ ଟାସ୍କଫୋର୍ସ ଗଠନ କରାଯାଇଛି। ବାରିପଦାର ଆରସିସିଏଫ ଜଏଣ୍ଟ ଟାସ୍କଫୋର୍ସର ଅଧ୍ୟକ୍ଷ ହେଲେ। ଏହା ସହ ଟାସ୍କଫୋର୍ସରେ ଶହେ ସଶସ୍ତ୍ର ପୁଲିସ କନେଷ୍ଟବଳ ରହିବେ। ୩ ରେଞ୍ଜ ଅଫିସର, ୬ ଫରେଷ୍ଟର, ୮୧ ଫରେଷ୍ଟ ଗାର୍ଡ ମଧ୍ୟ ରହିବେ। ବାରିପଦା, କରଞ୍ଜିଆ, ରାଇରଙ୍ଗପୁର ଡିଏଫ୍‌ଓ ସଦସ୍ୟ ରହିବେ। ତେବେ ଶିମିଳିପାଳରେ ୨ ବନ ଅଧିକାରୀଙ୍କ ମୃତ୍ୟୁ ପରେ ଏଭଳି କଡା ପଦକ୍ଷେପ ଗ୍ରହଣ କରାଯାଇଛି।

Leave A Reply

Your email address will not be published.