ଏଏସ୍ଓ ପରୀକ୍ଷା ମାମଲା: ଚୟନ ପ୍ରକ୍ରିୟା ଅଗ୍ରଗତିରେ ହାଇକୋର୍ଟଙ୍କ ରୋକ

ଓଏଲ୍ ବ୍ୟୁରୋ: ଓଡ଼ିଶା ପବ୍ଲିକ ସର୍ଭିସ୍ କମିସନ୍ ଦ୍ୱାରା ଆୟୋଜିତ ଏଏସ୍ଓ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଓଡ଼ିଶା ପବ୍ଲିକ ସର୍ଭିସ୍ କମିସନ୍ ଦ୍ୱାରା ଆୟୋଜିତ ଏଏସ୍ଓ ପରୀକ୍ଷାରେ ହୋଇଥିବା ଅନିୟମିତତାକୁ ନେଇ କୋର୍ଟରେ ମାମଲା ହୋଇଥିଲା। ଏଏସ୍ଓ ଚୟନ ଅନିୟମିତତା ମାମଲାରେ ହାଇକୋର୍ଟ ରାୟ ଶୁଣାଇଛନ୍ତି।
ଏଏସ୍ଓ ଚୟନ ପ୍ରକ୍ରିୟା ଅଗ୍ରଗତି ଉପରେ ହାଇକୋର୍ଟ ରୋକ ଲଗାଇଛନ୍ତି। ଜଣିକିଆ ଖଣ୍ଡପୀଠ ରାୟ ଉପରେ ରହିତାଦେଶ ଲଗାଇଛନ୍ତି। ଜବାବ ଦାଖଲ ପାଇଁ ପ୍ରତିପକ୍ଷ ଓପିଏସ୍ସିକୁ ନୋଟିସ ଜାରି କରାଯାଇଛି। ସେପ୍ଟେମ୍ବର ୨୧ରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ।