Odisha Link
Bridging the Missing Links in Odisha

ଶିମିଳିପାଳର ସୁରକ୍ଷା ନେଇ ବଡ଼ ପଦକ୍ଷେପ: ଡିଜିପିଙ୍କ ସମୀକ୍ଷା ବୈଠକ

ଓଏଲ୍‌ ବ୍ୟୁରୋ: ଶିମିଳିପାଳରେ ୨ ବନ ଅଧିକାରୀଙ୍କ ମୃତ୍ୟୁ ହୋଇଥିଲା। ଶିମିଳିପାଳରେ ୨ ବନ ଅଧିକାରୀଙ୍କୁ ହତ୍ୟା ପରେ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ଶିମିଳିପାଳ ସୁରକ୍ଷା ନେଇ ଡିଜିପିଙ୍କ ଅଧ୍ୟକ୍ଷତାରରେ ସମୀକ୍ଷା ବୈଠକ ଆୟୋଜିତ ହୋଇଛି।ମୟୂରଭଞ୍ଜ ଏସ୍‌ପିଙ୍କ କାର୍ଯ୍ୟାଳୟରେ ସମୀକ୍ଷା ବୈଠକ ଜାରି ହୋଇଥିବାବେଳେ ଏଥିରେ ବରିଷ୍ଠ ପୁଲିସ ଓ ବନବିଭାଗ ଅଧିକାରୀ ଉପସ୍ଥିତ ରହିଛନ୍ତି। ଏହା ସହ ଏଡିଯେ, ଆଇଜି, ଏସପି, ଜିଲ୍ଲାପାଳ ଓ ଆରସିସିଏଫ ବୈଠକରେ ଉପସ୍ଥିତ ଅଛନ୍ତି।

ଅନ୍ୟପଟେ, ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ପାଇଁ ଜଏଣ୍ଟ ଟାସ୍କଫୋର୍ସ ଗଠନ କରାଯାଇଛି। ବାରିପଦାର ଆରସିସିଏଫ ଜଏଣ୍ଟ ଟାସ୍କଫୋର୍ସର ଅଧ୍ୟକ୍ଷ ହେଲେ। ଏହା ସହ ଟାସ୍କଫୋର୍ସରେ ଶହେ ସଶସ୍ତ୍ର ପୁଲିସ କନେଷ୍ଟବଳ ରହିବେ। ୩ ରେଞ୍ଜ ଅଫିସର, ୬ ଫରେଷ୍ଟର, ୮୧ ଫରେଷ୍ଟ ଗାର୍ଡ ମଧ୍ୟ ରହିବେ। ବାରିପଦା, କରଞ୍ଜିଆ, ରାଇରଙ୍ଗପୁର ଡିଏଫ୍‌ଓ ସଦସ୍ୟ ରହିବେ। ତେବେ ଶିମିଳିପାଳରେ ୨ ବନ ଅଧିକାରୀଙ୍କ ମୃତ୍ୟୁ ପରେ ଏଭଳି କଡା ପଦକ୍ଷେପ ଗ୍ରହଣ କରାଯାଇଛି।

Leave A Reply

Your email address will not be published.