Odisha Link
Bridging the Missing Links in Odisha

ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତରେ ୫-ଟି ସଚିବ

ଓଏଲ୍‌ ବ୍ୟୁରୋ: କଟକ ପରେ ଆଜିଠୁ ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତରେ ୫-ଟି ସଚିବ ଭି.କେ ପାଣ୍ଡିଆନ୍। ଏହି ଗସ୍ତରେ ଶ୍ରୀ ପାଣ୍ଡିଆନ୍‌ ପ୍ରଥମେ ଜିଲ୍ଲା ପରିଷଦ କ୍ୟାମ୍ପସରେ ଥିବା ମିଶନଶକ୍ତି କାଫରେ ପହଞ୍ଚି ପ୍ରଥମେ ଆଲୋଚନା କରିଛନ୍ତି ।ଏହାପରେ ସେ ବାଙ୍ଗରିପୋଷି ବ୍ଲକ କଳାବାଡ଼ିଆ ଫୁଟବଲ ପଡ଼ିଆ ଓ ୧୦ଟା ୪୫ରେ ମୋରଡା ସ୍ଥିତ ଇଞ୍ଜନିୟରିଂ କଲେଜ ପଡ଼ିଆରେ ଜନଅଭିଯୋଗ ଶୁଣାଣି ଶିବରରେ ଜନସାଧାରଣଙ୍କ ଅଭିଯୋଗ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି।

ଏହାପରେ ବାରିପଦା ଛଉ ପଡ଼ିଆରେ ମିଶନଶକ୍ତି ମହିଳାମାନଙ୍କ ବିଶାଳ ସମାବେଶରେ ଯୋଗଦେଇ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ପରେ ଅପରାହ୍ନ ୨ଟା ୩୦ରେ ବଡସାହି ନିର୍ବାଚନ ମଣ୍ଡଳୀର ବୈଶିଙ୍ଗା ନିକଟ ଖୁଣ୍ଟାପୁର ଓ ୩ଟା ୪୫ରେ ଉଦଳା ହାଇସ୍କୁଲ ପଡ଼ିଆରେ ଜନ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ସବୁଠୁ ବଡ଼କଥା ହେଲା ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ୩୫୭.୬୪ କୋଟି ଟଙ୍କାର ୧୩ ଗୋଟି ଉନ୍ନୟନ ମୂଳକ ପ୍ରକଳ୍ପ ମୟୁରଭଞ୍ଜ ଜିଲ୍ଲା ପାଇଁ ଅନୁମୋଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ସଚିବ ଭିକେ ପାଣ୍ଡିଆନ ଗତ ମାର୍ଚ୍ଚ ମାସରେ ମୟୂରଭଞ୍ଜ ଜିଲ୍ଲା ଗସ୍ତ କରିଥିଲେ। ଜିଲ୍ଲାର ନାଗରିକ ଓ କମ୍ୟୁନିଟି ସଦସ୍ଯଙ୍କ ସହ ଆଲୋଚନା କରି ସେମାନଙ୍କ ଠାରୁ ଅଭିଯୋଗ ଓ ମତାମତ ସଂଗ୍ରହ କରିଥିଲେ।

Leave A Reply

Your email address will not be published.