Odisha Link
Bridging the Missing Links in Odisha

ଓଡ଼ିଶା କନଫରେନ୍ସ ଅଫ୍ ୟୁଥ୍ ୨୦୨୩

ଭୁବନେଶ୍ୱର: ୟୁନିସେଫ୍ ନେତୃତ୍ୱରେ ପରିଚାଳିତ ‘ୟୁଥ୍ ଫର୍ ୱାଟର’ ପ୍ଲସ୍ ଅଭିଯାନ ପକ୍ଷରୁ ଚାଲିଥିବା ‘ଓଡ଼ିଶା କନଫରେନ୍ସ ଅଫ୍ ୟୁଥ୍-୨୦୨୩’ ଶୁକ୍ରବାର ଶେଷ ହୋଇଛି। ଭୁବନେଶ୍ୱରଠାରେ ୩ ଦିନ ଧରି ଏହି ସମ୍ମିଳନୀ ଚାଲିଥିଲା। ଏଥିରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ୧୫୦ରୁ ଅଧିକ ଯୁବକ ଯୁବତୀଙ୍କ ସମେତ ଜଳବାୟ ବିଶେଷଜ୍ଞ ଓ ପରିବେଶବିତ ସାମିଲ ହୋଇଥିଲେ।

ପରିବେଶ, ଜଙ୍ଗଲ ଓ ଜଳବାୟୁ ମନ୍ତ୍ରାଳୟ, ୱାଇ ୨୦, ଜି ଟ୍ୱେଣ୍ଟି ଏବଂ କେତେକ ୟୁଏନ୍ ଏଜେନ୍ସିର ସହଭାଗିତାରେ ଆୟୋଜିତ ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ ଜଳବାୟୁ ପରିବର୍ତ୍ତନ, ପରିବେଶ ସୁରକ୍ଷା, ଯୁବପିଢ଼ିଙ୍କ ଭୂମିକା, ମିଳିତ ଜାତିସଂଘ ଓ ସରକାରଙ୍କ ବିଭିନ୍ନ ନୀତି ଆଦି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହୋଇଥିଲା। ଦ୍ୱିତୀୟ ଦିନରେ ଅଂଶଗ୍ରହଣକାରୀମାନେ କ୍ଷେତ୍ର ପ୍ରଦର୍ଶନରେ ପୁରୀ ଜିଲ୍ଲା ଅସ୍ତରଙ୍ଗକୁ ଯାଇଥିଲ। ଜଳବାୟୁ ପରିବର୍ତ୍ତନର ବାସ୍ତବତା ଏବଂ ଏହାର ପ୍ରଭାବକୁ ମୁକାବିଲା କରିବା ପାଇଁ ନିଆଯାଉଥିବା ପଦକ୍ଷେପଗୁଡିକ ବିଷୟରେ ଯୁବକ, ଯୁବତୀଙ୍କୁ ଜଣାଇବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଥିଲା।

ସେହିପରି ତୃତୀୟ ଦିନରେ ଫିଲ୍ମ ମେକିଙ୍ଗ, ଜଳବାୟୁ ଅନୁକୂଳ ରୋଷେଇ ଓ ସୋସିଆଲ ମିଡିଆର ପ୍ରଭାବ ଆଦି ପ୍ରସଙ୍ଗ ଉପରେ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏହାଛଡ଼ା ଦିନବ୍ୟାପୀ ପ୍ରାକୃତିକ ଦୁର୍ବିପାକ, ଜୈବ ବିବିଧତା ସଂରକ୍ଷଣ, ଜଳ ଅଭାବ ଆଦି ବିଷୟ ଉପରେ ଆଲୋଚନା ହୋଇଥିଲା।

କାର୍ଯ୍ୟକ୍ରମର ଶେଷ ଦିନରେ ସାମିଲ ହୋଇ ୟନିସେଫ୍ ଓଡ଼ିଶାର ଚିଫ୍ ଅଫ୍ ଫିଲ୍ଡ ଅଫିସ  ୱିଲିୟମ ହାନଲନ କହିଛନ୍ତି, ‘‘ଓଡ଼ିଶା କନଫରେନ୍ସ ଅଫ୍ ୟୁଥରେ ଏତେ ସଂଖ୍ୟାରେ ଯୁବକ, ଯୁବତୀଙ୍କ ଯୋଗଦାନ ମତେ ଆଶ୍ଚର୍ଯ୍ୟ କରିଛି। ଜଳବାୟୁ ପରିବର୍ତ୍ତନ ଓ ପରିବେଶ ଉପରେ ପଡ଼ୁଥିବାର ଏହାର ପ୍ରଭାବ ସହ ମୁକାବିଲା କରିବାରେ ଯୁବପିଢ଼ିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି। ସେହିମାନେ ଆଗୀମୀ କାଲି ପାଇଁ ତଥା ଏକ ସ୍ଥାୟୀ ବିକାଶ ପାଇଁ ବାଟ ଦେଖାଇପାରିବେ।’’

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ଡକ୍ଟର ଅମର ପଟ୍ଟନାୟକ ଯୋଗ ଦେଇଥିବା ବେଳେ ମୋ କଲେଜ ଅଭିଯାନର ଅଧ୍ୟକ୍ଷ ଆକାଶ ଦାସନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ସାଂସଦ ଡକ୍ଟର ଅମର ପଟ୍ଟନାୟକ କହିଛନ୍ତି, ‘‘ଓଡ଼ିଶା କନଫରେନ୍ସ ଅଫ୍ ୟୁଥ୍ ୨୦୨୩ରେ ପ୍ରମାଣ କରୁଛି ଯେ, ଯୁବକ ଯୁବତୀମାନେ କେବଳ ଜଳବାୟୁ ପରିବର୍ତ୍ତନକୁ ନେଇ ଚିନ୍ତିତ ନୁହଁନ୍ତି ବରଂ ଏହାର ମୁକାବିଲା ପାଇଁ ସେମାନେ ସକ୍ରିୟ ପଦକ୍ଷେପ ମଧ୍ୟ ନେଉଛନ୍ତି। ସେଇମାନଙ୍କ ଛୋଟ ପଦକ୍ଷେପ ଆସନ୍ତାକାଲିର ପୃଥିବୀକୁ ସୁରକ୍ଷା ଦେଇପାରିବ।’’

ସାଂସଦ ଡକ୍ଟର ଅମର ପଟ୍ଟନାୟକ କହିଛନ୍ତି, ‘‘ଓଡ଼ିଶା କନଫରେନ୍ସ ଅଫ୍ ୟୁଥ୍ ୨୦୨୩ରେ ପ୍ରମାଣ କରୁଛି ଯେ, ଯୁବକ ଯୁବତୀମାନେ କେବଳ ଜଳବାୟୁ ପରିବର୍ତ୍ତନକୁ ନେଇ ଚିନ୍ତିତ ନୁହଁନ୍ତି ବରଂ ଏହାର ମୁକାବିଲା ପାଇଁ ସେମାନେ ସକ୍ରିୟ ପଦକ୍ଷେପ ମଧ୍ୟ ନେଉଛନ୍ତି। ସେଇମାନଙ୍କ ଛୋଟ ପଦକ୍ଷେପ ଆସନ୍ତାକାଲିର ପୃଥିବୀକୁ ସୁରକ୍ଷା ଦେଇପାରିବ।’’

‘‘ଶିକ୍ଷାନୁଷ୍ଠାନଗୁଡ଼ିକ ପରିବେଶ ସୁରକ୍ଷା ଦିଗରେ ସଚେତନତା ସୃଷ୍ଟି କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାଏ। ସେହିପରି ଓଡ଼ିଶା କନଫରେନ୍ସ ଅଫ୍ ୟୁଥ୍ ତୃଣମୂଳ ସ୍ତରରେ ଯୁବପିଢ଼ିଙ୍କୁ ଏକାଠି କରି ଏହି ସଚେତନତାକୁ ଆହୁରି ବ୍ୟାପକ କରୁଛି।  ତେଣୁ ଆମେ ସମସ୍ତେ ଏକାଠି ହେଲେ ଏକ ପ୍ରଭାବଶାଳୀ ପରିବର୍ତ୍ତନ ଆଣିପାରିବା ବୋଲି ମୋର ବିଶ୍ୱାସ’’, କହିଛନ୍ତି ଆକାଶ ଦାସନାୟକ।

ଶେଷରେ ୟୁଥ୍ ଫର ଓ୍ୱାଟର ପ୍ଲସ ପକ୍ଷରୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ପୂର୍ବରୁ ଆୟୋଜିତ ହୋଇଥିବା ଚିତ୍ର ଅଙ୍କନ, କ୍ଷୁଦ୍ର ଚଳଚ୍ଚିତ୍ର, ଫଟୋଗ୍ରାଫି ପ୍ରତିଯୋଗିତାରେ ବିଜେତା ହୋଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଟାଟା ଷ୍ଟ୍ରାଇଭର ଚିଫ୍ ଅପରେସନ୍ସ ସଂଯୋଗିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.