Odisha Link
Bridging the Missing Links in Odisha

ଜନ୍ମମାଟିରେ ପହଞ୍ଚିବ ସହିଦ ଯବାନ ସୁଶାନ୍ତଙ୍କ ପାର୍ଥିବ ଶରୀର, ଗାଁରେ ଶୋକର ଛାୟା

ଓଏଲ୍‌ ବ୍ୟୁରୋ: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ଗତକାଲି ଅପରାହ୍ନରେ ମାଓବାଦୀ ଓ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଓଡ଼ିଆ ଯବାନ ସହିଦ ହୋଇଛନ୍ତି। ଆଜି ଜନ୍ମମାଟିରେ ପହଞ୍ଚିବ ସହିଦ ବୀର ଯବାନ ସୁଶାନ୍ତ ଖୁଣ୍ଟିଆଙ୍କ ପାର୍ଥିବ ଶରୀର। ସିଧାସଳଖ କେନ୍ଦୁଝର ଆନନ୍ଦପୁର ସ୍ଥିତ ଜନ୍ମମାଟିକୁ ନିଆଯିବ ସୁଶାନ୍ତଙ୍କ ପାର୍ଥିବ ଶରୀର। ବୀର ଯବାନ ସୁଶାନ୍ତଙ୍କ ଶେଷ ଦର୍ଶନ ପାଇଁ ପରିବାର ବର୍ଗ ଓ ଆତ୍ମିୟସ୍ୱଜନ ଚାହିଁ ବସିଛନ୍ତି। ଆଜି ମର ଶରୀର ପହଞ୍ଚିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯିବ।

ଶୁକ୍ରବାର ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମି ଜିଲ୍ଲାର ହୁସିପିରେ ନକ୍ସଲଙ୍କ ଆହକ୍ରମଣରେ ସୁଶାନ୍ତ ସହିଦ ହୋଇଥିଲେ। ତାଙ୍କ ଛାତିରେ ଗୁଳି ବାଜିବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ଯବାନମାନେ କମ୍ବିଂ ସାରି ଫେରୁଥିବା ସମୟରେ ନକ୍ସଲମାନେ ଆମ୍ବୁସ ଲଗାଇ ଆକ୍ରମଣ କରିଥିଲେ।

ସୂଚନାଥାଉକି, ସୁଶାନ୍ତ ୨୦୧୧ ମସିହାରୁ ସିଆରପିଏଫ୍ ଯବାନ୍ ଭାବେ ନିଯୁକ୍ତି ପାଇଥିଲେ। ଦୁଇ ମାସ ତଳେ ସେ ବିବାହ କରିଥିଲେ। ଏଏନ୍‌ଏମ୍ ଚାକିରି କରୁଥିବା ସୁଶାନ୍ତଙ୍କ ପତ୍ନୀ ତେଲକୋଇରେ ରହନ୍ତି।

Leave A Reply

Your email address will not be published.