Odisha Link
Bridging the Missing Links in Odisha

ପାଣ୍ଡିଆନଙ୍କ ମୁହଁରୁ କାଳି ପୋଛିଦେଲେ ମହିଳା

ଓଏଲ୍‌ ବ୍ୟୁରୋ: ଦୁଇଦିନିଆ ପୁରୀ ଗସ୍ତରେ ଅଛନ୍ତି ୫-ଟି ସଚିବ ଭି.କେ ପାଣ୍ଡିଆନ। ଏହି ସମୟରେ ପୁରୀ ସତ୍ୟବାଦୀ ଗସ୍ତ କରିଥିଲେ। ସେଠାରେ ୫-ଟି ସଚିବ ଭି. କେ ପାଣ୍ଡିଆନଙ୍କ ଉପରକୁ କାଳିମାଡ଼ ହୋଇଥିବା ଖବର ସାମ୍ନାକୁ ଆସିଛି। ଗୋଟେ ପଟେ କାଳିମାଡ଼ ହୋଇଥିବାବେଳେ ଘଟଣାସ୍ଥଳରେ ଉପସ୍ଥିତ ଥିବା ମିଶନ ଶକ୍ତି ମହିଳା ୫-ଟି ସଚିବ ଭି.କେ ପାଣ୍ଡିଆନଙ୍କ ମୁହଁରୁ କାଳି ପୋଛିଦେଇଥିବା ଚିତ୍ର ସାମ୍ନାକୁ ଆସିଛି। ଏହା ସହ ତାଙ୍କ ହାତରେ ରାକ୍ଷୀ ବାନ୍ଧିଥିବା ଦେଖିବାକୁ ମିଳିଛି।

ସୂଚନା ଅନୁସାରେ, ପୁରୀ ୟୁଜିଏସ କଲେଜ କାର୍ଯ୍ୟକ୍ରମକୁ ଯିବା ସମୟରେ ଏଭଳି ଘଟଣା ଘଟିଛି। କାଳିମାଡ଼ ସତ୍ୱେ ଭି.କେ ପାଣ୍ଡିଆନ ଜନତାଙ୍କ ସହ ଭେଟିବା ସହ ଆଲୋଚନା କରିଥିବା ନଜରକୁ ଆସିଛି। ତେବେ ଏହି ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ପୁଲିସ କାବୁ କରିଛି। ଏହା ସହ ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ପରିଚୟ ମଧ୍ୟ ଜଣା ପଡିଛି। ବ୍ୟକ୍ତି ଜଣକ କଣାସ ଅଂଚଳର ଭାସ୍କର ସାହୁ ବୋଲି ସୂଚନା ରହିଛି। ୫-ଟି ସଚିବ ଭି. କେ ପାଣ୍ଡିଆନଙ୍କ ଗସ୍ତ ସମୟରେ ତାଙ୍କ ସହ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଉପରେ ମଧ୍ୟ କାଳିମାଡ଼ ହୋଇଛି।