Odisha Link
Bridging the Missing Links in Odisha

ପାଣ୍ଡିଆନ୍‌ଙ୍କୁ କାଳିମାଡ଼, ତଥାପି ଜନତାଙ୍କ ସହ ମିଶିଲେ

ଓଏଲ୍‌ ବ୍ୟୁରୋ: ଦୁଇଦିନିଆ ପୁରୀ ଗସ୍ତରେ ଅଛନ୍ତି ୫-ଟି ସଚିବ ଭି.କେ ପାଣ୍ଡିଆନ। ଏହି ସମୟରେ ପୁରୀ ସତ୍ୟବାଦୀ ଗସ୍ତ କରିଥିଲେ। ସେଠାରେ ୫-ଟି ସଚିବ ଭି. କେ ପାଣ୍ଡିଆନଙ୍କ ଉପରକୁ କାଳିମାଡ଼ ହୋଇଥିବା ଖବର ସାମ୍ନାକୁ ଆସିଛି। ପୁରୀ ସତ୍ୟବାଦୀରେ ପାଣ୍ଡିଆନଙ୍କୁ କାଳିମାଡ଼ ହୋଇଛି। ୟୁଜିଏସ କଲେଜ କାର୍ଯ୍ୟକ୍ରମକୁ ଯିବା ସମୟରେ ଏଭଳି ଘଟଣା ଘଟିଛି। କାଳିମାଡ଼ ସତ୍ୱେ ଭି. କେ ପାଣ୍ଡିଆନ ଜନତାଙ୍କ ସହ ଭେଟିବା ସହ ଆଲୋଚନା କରିଥିବା ନଜରକୁ ଆସିଛି। ତେବେ ଏହି ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ପୁଲିସ କାବୁ କରିଛି। ୫-ଟି ସଚିବ ଭି. କେ ପାଣ୍ଡିଆନଙ୍କ ଗସ୍ତ ସମୟରେ ତାଙ୍କ ସହ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଉପରେ ମଧ୍ୟ କାଳିମାଡ଼ ହୋଇଛି। ଏହା ସହ ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ପରିଚୟ ମଧ୍ୟ ଜଣା ପଡିଛି। ବ୍ୟକ୍ତି ଜଣକ କଣାସ ଅଂଚଳର ଭାସ୍କର ସାହୁ ବୋଲି ସୂଚନା ରହିଛି।

ସୂଚନା ଅନୁସାରେ, ପ୍ରଥମ ଦିନରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ପାର୍ଶ୍ବ ଦେବଦେବୀଙ୍କୁ ଦର୍ଶନ କରିଥିଲେ। ଏହାପରେ ମନ୍ଦିର ବେଢ଼ା ପରିକ୍ରମା କରିବା ସହ ବିମଳା ମନ୍ଦିର ଦର୍ଶନ କରିଥିଲେ। ଶ୍ରୀମନ୍ଦିର ମଧ୍ୟରେ ପ୍ରାୟ ଅଧ୍ୟ ଘଣ୍ଟା ରହିବା ପରେ ଭୁବନେଶ୍ବର ପ୍ରତ୍ୟାବର୍ତ୍ତନ କରିଥିଲେ। ଏହା ସହ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅନୁଧ୍ୟାନ ମଧ୍ୟ କରିଛନ୍ତି। ବିଭିନ୍ନ ପ୍ରକଳ୍ପ ଅନୁଧ୍ୟାନ କରିବା ସହ ଲୋକଙ୍କୁ ଭେଟି ସମସ୍ୟା ଶୁଣିଥିଲେ। ଆଉ ଖୁବଶୀଘ୍ର ସମାଧାନ ନେଇ ଦେଲେ ନିର୍ଭର ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି।

ଲୋକଙ୍କଠାରୁ ଦରଖାସ୍ତ ଗ୍ରହଣ କରିବା ସହ ଆସନ୍ତା ୭ଦିନ ଭିତରେ ଧର୍ମାନୁଷ୍ଠାନ ସମ୍ପର୍କିତ ଖୁସି ଖବର ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଦିନେ ଦୁଇଦିନ ମଧ୍ୟରେ ପିଇବା ପାଣି ସମସ୍ୟାର ସମାଧାନ କରାଯିବ। ଏହି ଅବସରରେ ମିଶନ ଶକ୍ତି ମାଆଙ୍କୁ ପ୍ରଶଂସା କରିଥିଲେ ଭିକେ ପାଣ୍ଡିଆନ। ଜନଶୁଣାଣିରେ ନିର୍ବାଚନମଣ୍ଡଳୀର ୧୦ ହଜାରରୁ ଅଧିକ ସ୍ଵଂୟ ସହାୟକ ଗୋଷ୍ଠୀର ସଦସ୍ୟା ଯୋଗଦେଇଥିଲେ। ମା’ମାନଙ୍କଠାରୁ ଆଶୀର୍ବାଦ ନେଇ ଅଭିଯୋଗପତ୍ର ଗ୍ରହଣ କରିଥିଲେ। ୭ ଦିନ ଭିତରେ ସବୁ ମନ୍ଦିର, ମସଜିଦ, ଚର୍ଚ୍ଚ ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ବିକାଶ ଲାଗି ମୁଖ୍ୟମନ୍ତ୍ରୀ ଘୋଷଣା କରିବେ।

Leave A Reply

Your email address will not be published.