Odisha Link
Bridging the Missing Links in Odisha

ନକଲି ସାର୍ଟିଫିକେଟ ଘଟଣା: ପୁଣି କ୍ରାଇମବ୍ରାଞ୍ଚର ଜୋରଦାର ତଦନ୍ତ

ଓଏଲ୍‌ ବ୍ୟୁରୋ: ବଲାଙ୍ଗୀରରେ ନକଲି ସାର୍ଟିଫିକେଟ ଦେଇ ଚାକିରି କରିଥିବା ନେଇ ଅଭିଯୋଗ ହୋଇଥିବା ମାମଲା ସାମ୍ନାକୁ ଆସିଥିଲା। ଏହି ମାମଲାରେ ଜିଲ୍ଲା ଶିକ୍ଷା ଅଧିକାରୀ କଡା ଆଭିମୁଖ୍ୟ ଗ୍ରହଣ କରିଥିଲେ। ସମ୍ପୃକ ୪ ଶିକ୍ଷକଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ ବହିଷ୍କାର କରିଥିଲେ। ସଂପୃକ୍ତ ୪ ଶିକ୍ଷକଙ୍କ ନାଁରେ ପୂର୍ବରୁ ଥାନାରେ ଏତଲା ହୋଇଥିଲା। ଥାନାରେ ଏତଲା ସହ ପୂର୍ବରୁ ୪ ଶିକ୍ଷକ ନିଲମ୍ବିତ ହୋଇଥିଲେ।

ବଲାଙ୍ଗୀର ଜାଲ ସାର୍ଟିଫିକେଟ ଘଟଣାରେ ପୁଣି କ୍ରାଇମବ୍ରାଞ୍ଚ ଜୋରଦାର ତଦନ୍ତ ଆରମ୍ଭ କରିଛି। ରାଜ୍ୟ ବାହାର ଅଭିଯୁକ୍ତଙ୍କ ଗାଡି ଓ କିଛି ସମ୍ପତ୍ତି ଜବତ କରାଯାଇଥିବା ସୂଚନା ରହିଛି। ଜବତ ଗାଡିକୁ ସୁନ୍ଦରଗଡ ବିଶ୍ରା ଥାନାରେ କ୍ରାଇମବ୍ରାଞ୍ଚ ଜିମା ଦେଇଛି। ତେବେ ଏହି ଘଟଣାରେ ୪ ବହିଷ୍କୃତ ହେବା ପରେ ଆଗକୁ ସଂଖ୍ୟା ବଢ଼ିବା ସମ୍ଭାବନା ରହିଥିବା କୁହାଯାଉଛି।

Leave A Reply

Your email address will not be published.