Odisha Link
Bridging the Missing Links in Odisha

‘ବୃତ୍ତି ଓ ମାଟି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେବା ଦରକାର’

ଓଏଲ୍‌ ବ୍ୟୁରୋ: ଶୁକ୍ରବାର ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ତାଙ୍କ ସତୁରି ପରର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଦୈନିକ ଖବରକାଗଜ ସମ୍ବାଦରେ ଆମ ଘରର ହାଲଚାଲ ମାଧ୍ୟମରେ ଜନ୍ମଦିନର ଅନୁଚିନ୍ତା ପ୍ରକାଶ କରିଥିଲେ। ସମ୍ବାଦରେ ଲେଖିଥିବା ଏହି ଆଲେଖ୍ୟ ପ୍ରସଙ୍ଗ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଯାହାକୁ ନେଇ ସେ ନିଜର ପ୍ରତିକ୍ରିୟା ରଖିଛନ୍ତି। ଖଣ୍ଡପଡ଼ା ବିଧାୟକ ସୌମ୍ୟ ପଟ୍ଟନାୟକ କହିଛନ୍ତି, ଯେଉଁମାନେ ଚର୍ଚ୍ଚା କରୁଛନ୍ତି, ସେମାନେ ବୋଧେ ପଢ଼ିନାହାନ୍ତି।

ପ୍ରକାଶ ପାଇଥିବା ଆଲେଖ୍ୟକୁ ନେଇ ସୋମ୍ୟରଞ୍ଜନ ପଟ୍ଟନାୟକ ଗଣମାଧ୍ୟମକୁ କହିଛନ୍ତି, ବୃତ୍ତି, ପାର୍ଟି ଓ ମାଟି ବିଷୟରେ କୁହାଯାଇଛି। ଆମ ସମସ୍ତଙ୍କ ପାଇଁ ବୃତ୍ତି ଓ ମାଟି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେବା ଦରକାର। ପାଠକଙ୍କ ସ୍ୱାଭିମାନ ପାଇଁ ସୌମ୍ୟଙ୍କ ପାର୍ଟି ବନ୍ଧା ପଡ଼ିଲେ ଆପତ୍ତି ନାହିଁ। ପାର୍ଟି ପାଇଁ ମାଟିକୁ ଭୁଲିଯିବା କୌଣସି ବୁଦ୍ଧିମାନ ବ୍ୟକ୍ତିର କାମ ନୁହେଁ। ମୋ ଲେଖା ନେଇ ଦଳର ମୁଖ୍ୟ ତ ମୋତେ କିଛି କହିନାହାନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ଖବର ଅନୁସାରେ, ଗତକାଲି ସୋମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ଆଲେଖ୍ୟରେ ଉଲ୍ଲେଖ କରିଥିଲେ ଯେ, ଅତୀତରେ ଏ ସମ୍ପର୍କରେ ଉଲ୍ଲେଖ କରି ଏହି ସ୍ତମ୍ଭରେ ‘ବୃତ୍ତି, ପାର୍ଟି ଓ ମାଟି’ର ଶୀର୍ଷକରେ ଏକ ଆଲୋଚନା ରଖିଥିଲି। ଆଜି ତାହା ମୋତେ ଅଧିକ ପ୍ରା‌ସଙ୍ଗିକ ମନେ ହେଉଛି। ଗଣମାଧ୍ୟମର ବ୍ୟକ୍ତି ହିସାବରେ ଓଡ଼ିଶାର ସ୍ବାର୍ଥ ଓ ସ୍ବାଭିମାନର ପକ୍ଷଧର ହୋଇ ନିରପେକ୍ଷତାକୁ ତ୍ୟାଗ କରିଥିବା କଥା କହୁଛୁ। କିନ୍ତୁ ଅନେକ ସମୟରେ ବ୍ୟକ୍ତିଗତ ବ୍ୟାବସାୟିକ ସ୍ବାର୍ଥ ଆଗରେ ମୁଣ୍ତ ନୁଆଁଇବାକୁ ମଧ୍ୟ ବାଧ୍ୟ ହେଉଛୁ। ରାଜନୈତିକ ଦଳରେ ଥାଇ ଦଳର ସ୍ବାର୍ଥକୁ ଆଖିରେ ରଖି ଅନେକ ପ୍ରସଙ୍ଗରେ ନିରବ ରହିବାକୁ ଉଚିତ ମଣୁଛୁ। ସେହିପରି ଅନେକ ସମୟରେ ମାଟିର କଥାକୁ ଅଣଦେଖା କରି ବୃତ୍ତି ଓ ଦଳର ସ୍ବାର୍ଥକୁ ଅଗ୍ରାଧିକାର ଦେବାର ନଜିର ମଧ୍ୟ ରହୁଛି।

Leave A Reply

Your email address will not be published.