Odisha Link
Bridging the Missing Links in Odisha

ସ୍କୁଲ ନିକଟ ନାଳରେ ପଡ଼ି ଛାତ୍ର ମୃତ୍ୟୁ ଘଟଣା: ୪ ଶିକ୍ଷକ ନିଲମ୍ବିତ

ଓଏଲ୍‌ ବ୍ୟୁରୋ: ନୂଆପଡ଼ା ବୋଡେନ ବ୍ଲକ ବୁଢ଼ାପଡ଼ା ସ୍କୁଲର ୪ ଶିକ୍ଷକ ସସ୍‌ପେଣ୍ଡ ହୋଇଥିବା ଜଣା ପଡିଛି। ସ୍କୁଲ ନିକଟ ନାଳରେ ପଡ଼ି ଛାତ୍ର ମୃତ୍ୟୁ ଘଟଣାରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଜିଲ୍ଲା ଶିକ୍ଷାଧିକାରୀ ୪ ଶିକ୍ଷକ ନିଲମ୍ବନ ନେଇ ସୂଚନା ଦେଇଛନ୍ତି। କାଲି ମଧ୍ୟାହ୍ନ ଭୋଜନ ପରେ କ୍ୟାମ୍ପସ ବାହାରକୁ ପଳାଇଥିଲେ ଛାତ୍ର। କ୍ୟାମ୍ପସ ନିକଟ ନାଳରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଏହା ପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

Leave A Reply

Your email address will not be published.