Odisha Link
Bridging the Missing Links in Odisha

ଖୋର୍ଦ୍ଧା ମିନି ଷ୍ଟାଡିୟମରେ ୫-ଟି ସଚିବ, ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର କଲେ ସମୀକ୍ଷା

ମନ୍ଦିର, ମସଜିଦ, ଚର୍ଚ୍ଚ, କମ୍ୟୁନିଟି ସେଣ୍ଟର ପାଇଁ ୭ ଦିନ ମଧ୍ୟରେ ଖୁସି ଖବର ଦିଆଯିବ ବୋଲି କହିଛନ୍ତି।

ଓଏଲ୍‌ ବ୍ୟୁରୋ: ଖୋର୍ଦ୍ଧା ବେଗୁନିଆ ମିନି ଷ୍ଟାଡିୟମରେ ୫-ଟି ସଚିବ। ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ଅଭିଯୋଗ ପତ୍ର ଗ୍ରହଣ କରିଛନ୍ତି। ଅଭିଯୋଗ ପତ୍ର ସହ ଲୋକଙ୍କ ସମସ୍ୟା ମଧ୍ୟ ଶୁଣିଛନ୍ତି। ଏହା ସହ ଚାଷୀଙ୍କ ଦରଖାସ୍ତକୁ ପ୍ରାଧାନ୍ୟ ଦିଆଯିବ ବୋଲି କହିଛନ୍ତି। ମନ୍ଦିର, ମସଜିଦ, ଚର୍ଚ୍ଚ, କମ୍ୟୁନିଟି ସେଣ୍ଟର ପାଇଁ ୭ ଦିନ ମଧ୍ୟରେ ଖୁସି ଖବର ଦିଆଯିବ ବୋଲି କହିଛନ୍ତି। ଏହା ପାଣି ଓ ଲୋ ଭୋଲଟେଜ ସମସ୍ୟା ଦୂର କରିବା ପାଇଁ ପ୍ରତିଶୃତି ଦେଇଛନ୍ତି।

ସୂଚନା ଅନୁସାରେ, ଗତକାଲି କଲେଜ ସମ୍ପର୍କିତ ରହିଥିବା ସମସ୍ୟା ଭିତ୍ତିଭୂମି, ପାଠ ପଢ଼ାକୁ ନେଇ ହେଉଥିବା ସମସ୍ୟା ଏଭଳି ବିଭିନ୍ନ ପ୍ରସଙ୍ଗରେ ଫାଇଭ-ଟି ସଚିବଙ୍କ ପାଖରେ ପିଲା ତାଙ୍କ ଅଭିଯୋଗ ରଖିଥିଲେ। ଏନେଇ ବିଭିନ୍ନ କଲେଜର ଅଧ୍ୟକ୍ଷମାନଙ୍କର ବୈଠକ ହୋଇଥିଲା। ତେବେ ଜନତା ମଇଦାନରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ୫-ଟି ସଚିବ ଭେଟିବା ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା ଜାରି ରହିଥିବାବେଳେ ୫ ବର୍ଷ କଠିନ ପରିଶ୍ରମ କର ଆଗାମୀ ୫୦ ବର୍ଷ ଭଲ ଫଳ ମିଳିବ ବୋଲି ୫-ଟି ସଚିବ କହିଥିଲେ। ଶାରୀରିକ ଓ ମାନସିକ ଫିଟନେସ୍‌ ବଜାୟ ରଖିବାକୁ ଛାତ୍ରଛାତ୍ରୀଙ୍କୁ ଜନତା ମଇଦାନରେ ଫାଇଭ-ଟି ସଚିବ ପରାମର୍ଶ ଦେଇଥିଲେ।

Leave A Reply

Your email address will not be published.