Odisha Link
Bridging the Missing Links in Odisha

ବିମାନରେ ରକ୍ତ ବାନ୍ତି କଲେ ଯାତ୍ରୀ, ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ

ବିମାନରେ ଦେବାନନ୍ଦ ତିଓ୍ବାରୀ ନାମକ ଜଣେ ଯାତ୍ରୀ ହଠାତ୍ ଅସୁସ୍ଥ

ଓଏଲ୍‌ ବ୍ୟୁରୋ: ବିମାନରେ ରକ୍ତ ବାନ୍ତି ପରେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି। ଏହା ପରେ ନାଗପୁର ଏୟାରପୋର୍ଟରେ ଇଣ୍ଡିଗୋ ବିମାନ ଜରୁରୀ ଅବତରଣ କରିଛି। ମୁମ୍ବାଇରୁ ରାଞ୍ଚି ଯାଉଥିବା ବିମାନରେ ଦେବାନନ୍ଦ ତିଓ୍ବାରୀ ନାମକ ଜଣେ ଯାତ୍ରୀ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ଅସୁସ୍ଥ ଯାତ୍ରୀଜଣଙ୍କ ରକ୍ତ ବାନ୍ତି କରିବା ଯୋଗୁ ବିମାନ ଜରୁରୀ ଅବତରଣ କରାଯାଇଥିଲା।